ବଳଦେବ ମହାରଥଙ୍କୁ “ଶ୍ରୀବଳଦେବ ଚିତ୍ରଶିଳ୍ପୀ” ସମ୍ମାନ

କେନ୍ଦ୍ରାପଡ଼ା (ଯୁଗାବ୍ଦ ନ୍ୟୁଜ୍) : ସମସ୍ତ ପ୍ରକାରସୃଜନ କର୍ମ ଆଧ୍ୟାତ୍ମିକ କର୍ମ ସହିତ ସମକକ୍ଷ । ସୃଜନଶୀଳତା ଅନେକ ସମୟରେ ଈଶ୍ୱରଦତ୍ତ । ତାକୁ ଘସିମାଜି କଳାତ୍ମକ କରିବାହିଁ ସାଧନା । ସୃଜନ କର୍ମ ଆଧ୍ୟାତ୍ମିକ ସାଧନ ଠାରୁ କମ୍ ନୁହେଁ ବୋଲି ବିଶିଷ୍ଟ କଥାକାର ତଥା ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି ଡଃ.ରାମଚନ୍ଦ୍ର ବେହେରା ଅରୋଚିତ୍ରକଳା ବିଦ୍ୟାଳୟର ୨୩ତମ ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ମନକରପୁରସ୍ଥିତ ରେସୱା ସ୍ୱେଚ୍ଛାସେବୀ ଅନୁଷ୍ଠାନର ଅତିଥିଗୃହ ପରିସରରେ ପୂର୍ବତନ ନଗରପାଳ ଧିରେନ୍ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ରୂପେ ଓଡ଼ିଶାର ବିଶିଷ୍ଟ ଚିତ୍ରକର ବଳଦେବ ମହାରଥା ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଶିକ୍ଷକନେତା ଅଜୟ କୁମାର ସାମଲ ଓ ଶିକ୍ଷାବିତ ବଳଦେବ ପ୍ରସାଦ ଜେନା ଯୋଗ ଦେଇଥିଲେ । ଏହି ଅବସରରେ ବଳଦେବ ମହାରଥାଙ୍କୁ “ଶ୍ରୀବଳଦେବ ଚିତ୍ରକଳା ସମ୍ମାନ-୨୦୧୯” ପ୍ରଦାନ କରାଯାଇଥିବାବେଳେ ସ୍ଥାପତ୍ୟ କଳାକାର କୈଳାସ ଚନ୍ଦ୍ର ସାହୁ ଓ ଚିତ୍ରଶିଳ୍ପୀ ପ୍ରଦ୍ୟୁମ୍ନ କୁମାର ମହାନ୍ତିଙ୍କୁ “ଶ୍ରୀନାଥ ଚାଟାର୍ଜୀଚିତ୍ରକଳା ସମ୍ମାନ-୨୦୧୯” ଓ ଚିତ୍ରଶିଳ୍ପୀ ନଳିନୀକାନ୍ତ ପଣ୍ଡା, ଶୁଭମ ମହାରଣା, ଅର୍ଣ୍ଣବ ପଣ୍ଡା ପ୍ରମୁଖଙ୍କୁ “ଅରୋଚିତ୍ରକଳା ପ୍ରତିଭା ସମ୍ମାନ” ଏବଂ ରେସ୍ୱାର ସଭାପତି ତଥା ସମାଜସେବୀ ସେକ ଲିୟାକତ ୍ହୋସେନ୍ଙ୍କୁ “ସେବା ସମ୍ମାନ”ରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ଚିତ୍ରକଳା ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । କବିତା ଓ ଚିତ୍ର ଯୁଗଳବନ୍ଦୀ କାର୍ଯ୍ୟକ୍ରମରେ କବି ଦିଲ୍ଲୀପ ସ୍ୱାଇଁ, ମନୋରଞ୍ଜନ ସାହୁ, ନବଜ୍ୟୋତିରାୟ ଓ ପ୍ରଦୀପ ନାୟକ ସ୍ୱରଚିତ କବିତା ପାଠ କରିଥିବାବେଳେ ଶ୍ରୀ ମହାରଥା ଚିତ୍ର ଆଙ୍କି ଦର୍ଶକମାନଙ୍କୁ ୁବିମୋହିତ କରିଦେଇଥିଲେ । ଅତିଥିମାନଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହିସଭାରେ ସଂପାଦକ ସରୋଜ କୁମାର ମହାନ୍ତି ପ୍ରାରମ୍ଭିକ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅନୁଷ୍ଠାନର ଅଧ୍ୟକ୍ଷ ଅଜୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ରେସୱାର ପରିଚାଳିକା ମୀନତି ମହାରଣା ଓ ଅନ୍ତେବାସୀମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ