ରାଜ୍ୟରେ ରେକର୍ଡ ସଂଖ୍ୟକ ନମୁନା ପରୀକ୍ଷା କରାଯାଇଛି

ଭୁବନେଶ୍ବର : କରୋନା ମୁକାବିଲା କରିବାରେ ରାଜ୍ୟସରକାର ଦୁଇ ପାଦ ଆଗରେ ରହୁଛନ୍ତି। କରୋନା ସଂକ୍ରମଣ ନିୟନ୍ତ୍ରଣ ହେଉ ଅଥବା କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବାରେ ଓଡ଼ିଶା ସରକାର ସବୁବେଳେ ଆଗରେ ରହୁଛନ୍ତି । କରୋନା ମ୍ୟାନଜେମେଣ୍ଟରେ କେନ୍ଦ୍ର ସରକାରଙ୍କଠୁ ସଫଳତା ମଧ୍ୟ ପାଇଛନ୍ତି । କରୋନା ଲଢେଇ ପାଇଁ ସରକାର ବିଶେଷ ପଦକ୍ଷେପମାନ ନେଉଛନ୍ତି । ଏହି କ୍ରମରେ ରାଜ୍ୟ ସରକାର ଅଧିକ ସଂଖ୍ୟକ ନମୁନା ପରୀକ୍ଷା ପାଇଁ ଗୁରୁତ୍ବ ଦେଉଛନ୍ତି । କାଲି ଗୋଟିଏ ଦିନରେ ରାଜ୍ୟରେ ରେକର୍ଡ ସଂଖ୍ୟକ ନମୁନା ପରୀକ୍ଷା କରାଯାଇଛି । କାଲି ଗୋଟିଏ ଦିନରେ ୨୦୨୭ ଟି ଆରଟିପିସିଆର୍‌ ନମୁନା ପରୀକ୍ଷା କରାଯାଇଛି । ଆରଏମ୍‌ଆରସିରେ ୧୨୩୪ ନମୁନା, ଏମସ୍‌ରେ ୭୭ଟି ନମୁନା, ଏସିସିବି-୩୭୮, ଏମ୍‌କେସିଜି -୪୧, ଭୀମସାର-୩୩ଟି ନମୁନା, ଆଇଏଲଏସ୍‌-୧୯୨, ଆଇଜିଏଚ୍‌-୫୧ ଓ ଆପୋଲରେ ୨୧ଟି ନମୁନା ପରୀକ୍ଷା କରାଯାଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ