ମାଓ ପ୍ରବଣ ଅଞ୍ଚଳରେ ସ୍ଥିତି ପରଖିଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା
(ଯୁଗାବ୍ଦ ନ୍ୟୁଜ) ମୈାଳିକ ସୁବିଧା ଠାରୁ ବହୁ ଦୂରରେ ଥିବା ରାୟଗଡା ଜିଲ୍ଲା ମାଓପ୍ରବଣ ଅଞ୍ଚଳ କୁ ପରିଦର୍ଶନ କରିଛନ୍ତି ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନଥ ସାରକା ତାଙ୍କ ସହ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ , ରାଜ୍ୟ ଯୋଜନା ବର୍ଡ ପରିଷଦ ସଦସ୍ୟ ସୁଧୀରଦାସ ଙ୍କ ସମେତ ବହୁ ପଦାଧିକାରୀ ଏହି ଅଞ୍ଚଳ ବୁଲିବା ସହ ବିଶେଷ କରି ଗୁଡାରି ବ୍ଲକ ର ପେଣ୍ଡିଲି ଏବଂ କଳା ଘାଟି ପଞ୍ଚାୟତ ର ବିଭିନ୍ନ ଗ୍ରାମାଞ୍ଚଳ ବୁଲିଥିଲେ । ଗାଁ ଗାଁ ବୁଲି ଲୋକ ମାନଙ୍କ ଠାରୁ ସମସ୍ୟା ସର୍ମ୍ପକରେ ପଚାରି ବୁଝିଥିଲେ । ଏହି ଅଞ୍ଚଳ ମାଓ ପ୍ରବଣ ହୋଇଥିବାରୁ ସରକାରଙ୍କ ବିଭିନ୍ନ ଯୋଜନା ଏହି ଅଞ୍ଚଳ ରେ ପହଁଚିପାରୁ ନାହିଁ । ରାସ୍ତାଘାଟ, ଶିକ୍ଷା,ସ୍ବାସ୍ଥ୍ୟ,ପାନୀୟଜଳ ଭଳି ଲାଗିରହିଥିବା ସମସ୍ୟାଗୁଡିକ ମନ୍ତ୍ରୀ ଏବଂ ବିଧାୟକଙ୍କୁ ଜଣାଇଥିଲେ ଜନସାଧାରଣ। ଏହି ଅଞ୍ଚଳର ମୁଖ୍ୟ ସମସ୍ୟା ହେଲା ଯୋଗା ଯୋଗ । ଏ ବିଷୟରେ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଠିକାର ଲୋକମାନେ ମନ୍ତ୍ରୀ ଙ୍କ ନିକଟରେ ଆପତ୍ତି କରିଥିଲେ ଯେ ପ୍ରତି ୧୦ କିମି ବ୍ୟବଧାନରେ ମୋବାଇଲ ଟାୱାର ବସାଇବା ପାଇଁ ଏ ସବୁ କଥା ଶୁଣିବା ପରେ ମନ୍ତ୍ରୀ ଲୋକମାନଙ୍କୁ ଆଶ୍ୱସନା ଦେବା ସହ ଶୀଘ୍ର ସମସ୍ୟା ର ସମାଧାନ କାରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲ ।