ବିଶ୍ୱକପରେ ଆଜି ଡିଫେନଡିଙ୍ଗ ଚମ୍ପିୟାନ କୁ ଭେଟୁଛି ବାଙ୍ଗଲାଦେଶ

ଇଂଲଣ୍ଡ ରେ ଚାଲିଥିବା ଆଇସିସି ବିଶ୍ୱକପ ରେ ଆଜି ଡିଫେନଡିଙ୍ଗ ଚମ୍ପିୟାନ ଅଷ୍ଟ୍ରେଲିୟା କୁ ଭେଟୁଛି ବାଙ୍ଗଲାଦେଶ । ଚଳିତ ବିଶ୍ୱ କପରେ ବାଙ୍ଗଲାଦେଶ ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ସୃଷ୍ଟି କରି ଡାର୍କହର୍ସ ପାଲଟିଛି । ଏହି ମ୍ୟାଚ ରେ ଅଷ୍ଟ୍ରେଲିୟା କୁ ଚଖମା ଦେବା ଲକ୍ଷ୍ୟ ରେ ବାଙ୍ଗଲା ଦେଶ ଟିମ । ନୋଟିଙ୍ଗ ହୋମ ରେ ଖେଳାଯାଉଥିବା ଏହି ମ୍ୟାଚ ରେ ଅଷ୍ଟ୍ରେଲିୟା ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତି ନେଇଛି । ସୂଚନା ଥାଉ କି ୫ଟି ମ୍ୟାଚ ରୁ ୨ ଟି ବିଜୟ ୨ ଟି ରେ ପରାଜୟ ସହ ପଏଣ୍ଟ ଟେବୁଲ ର ପଞ୍ଚମ ସ୍ଥାନରେ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ