ଡ଼ି.ଏଫ. ଓ. ଙ୍କ ବୁଗୁଡା ବନାଞ୍ଚଳର ୧୬ ଗୋଟି ଚାରା ଉତ୍ପାଦନ କେନ୍ଦ୍ର ପରିଦର୍ଶନ

ବୁଗୁଡା,(ଅନିଲ କୁମାର ମହାରଣା):ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟ ନାରାୟଣ ବେହୁରା ରବିବାର ଦିନ ବୁଗୁଡା ବନାଞ୍ଚଳର ୧୬ ଟି ଚାରା ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଠଣାପଲ୍ଲୀ, ନାଗିରି, ଚାମୁଣ୍ଡା, କୁମୁଣ୍ଡା, ମାଣିତରା,ପଞ୍ଚଭୂତି, କରସିଙ୍ଗି, କରଚୁଲି, କତକଲା ପ୍ରଭୃତି ୧୬ ଟି ଚାରା ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ। ଡ଼ିଏଫଓ ଶ୍ରୀ ବେହୁରାଙ୍କ ସହ ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା ସମସ୍ତ ଚାରା ଉତ୍ପାଦନ କେନ୍ଦ୍ରକୁ ଯାଇଥିବା ବେଳେ ସମସ୍ତ ସେକ୍ସନ ବନପାଳ ଓ ବନରକ୍ଷୀ ବୃନ୍ଦ ପରିଦର୍ଶନରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ