ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ହେଲେ ଇଂ ବିଶ୍ୱନାଥ ପ୍ରତାପ ଜେନା

ହାଟଡିହି (ଓ୍ବାଇଏନଏସ) : ଭାରତୀୟ ଜନତା ପାର୍ଟି ତାର ସଂଘଠନକୁ ତୃଣମୂଳ ସ୍ତରରୁ ଆହୁରି ସୁଦୃଢ କରିବା ପାଇଁ ଜିଲ୍ଲା ସ୍ତରରେ ଖାଲି ଥିବା ବିଭିନ୍ନ ପଦ ପଦବୀ ଗୁଡିକୁ ପୂରଣ କରିବାରେ ଲାଗିଛି। ଜିଲ୍ଲା ସଭାପତି ଶୁକଦେବ ମହାନ୍ତ କୃଷକ ମୋର୍ଚ୍ଚାର ଖାଲି ପଡ଼ିଥିବା ବିଭିନ୍ନ ପଦବି ଗୁଡିକୁ ପୂରଣ କରିଛନ୍ତି। ଏହି କ୍ରମରେ  ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଭାବେ ଇଂ ବିଶ୍ୱନାଥ ପ୍ରତାପ ଜେନାଙ୍କୁ ମନୋନୀତ କରିଛନ୍ତି। ଇଂ ବିଶ୍ୱନାଥ ପ୍ରତାପ ଜେନା ସମାଜ ସେବା କ୍ଷେତ୍ରରେ ଇଲେଖନୀୟ କାର୍ଯ୍ୟକରି ନିଜକୁ ପ୍ରତିଷ୍ଠିତ କରିଥିବାବେଳେ ଯୁବନେତା ଭାବେ ଆନନ୍ଦପୁର ଉପଖଣ୍ଡରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଗତ କିଛିମାସ ତଳେ ସେ ବିଜେପିରେ ଯୋଗଦେବା ପରେ ଦଳର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ କରିବାରେ ଲାଗିଛନ୍ତି। ତାଙ୍କୁ ଏହି ପଦବୀ ମିଳିବା ପରେ ଅନେକ ଶୁଭେଛୁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କୁ ଏପରି ଏକ ଦାୟିତ୍ୱ ଦିଆ ଯାଇଥିବାରୁ ସେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ନୀତିନ ନବୀନ ଜୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ରାଜ୍ୟ ସଭାପତି ମନମୋହନ ସାମଲ , ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ, ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସୁନୀଲ କୁମାର ମହାନ୍ତ, ସାଂସଦ ଅନନ୍ତ ନାୟକ, ପୂର୍ବତନ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ, ବିଜେପି ନେତା ରାମ ଚନ୍ଦ୍ର ସାହୁ, ଭଗବାନ ସାହୁ, ଆଲୋକ ସେଠୀ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ