ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ କଲେ ବିଇଓ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ସଡଙ୍ଗ ପଞ୍ଚାୟତ ନଶିରିପୂର୍ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କରାଯାଇଛି । ସମଗ୍ର ଶିକ୍ଷା ତରଫରୁ ଚଳିତ ୨୦୨୬-୨୦୨୭ ଶିକ୍ଷା ବର୍ଷ ନିମନ୍ତେ ଓମ ଲକ୍ଷ୍ମୀ ନାରାୟଣ ଏସ.ଏସ.ଜି ଗେଡମାର ପ୍ରୋପାଇଟରଙ୍କ ସହାୟତାରେ ଏହି ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପ୍ରଧାନଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ହାଟଡିହି ଗୋଷ୍ଠୀ ଶିକ୍ଷାଧିକାରୀ  ରାଜୀବ ଦଳେଇ, ବିଶେଷ ଅତିଥି ଭାବେ ସରପଞ୍ଚ  ଅନ୍ତର୍ଯ୍ୟାମୀ ଖଣ୍ଡାଇ,  ସମ୍ମାନିତ ଅତିଥି ଭାବେ ସିଆରସିସି ଶ୍ରୀ ରାଜେନ୍ଦ୍ର ବଳ,  ଏସଏମସିର ସଭାପତି ଶ୍ରୀ ନିରଞ୍ଜନ ଦାସ, ଜାବିନିପୂର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ଅଭିମନ୍ୟୁ ପାଗଳ କାର୍ଯକ୍ରମ ପରିଚଳନ କରିଥିଲେ । ବିଦ୍ୟାଳୟ ପରିଚାଳନା ପରିଷଦର ସଦସ୍ୟ ପ୍ରତାପ ଦାସ , ରେବତୀ ଦାସ , ମିନତି ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷକ ଧନ୍ୟବାଦ  ରଞ୍ଜନ କୁମାର ପ୍ରଧାନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ