କାଳ ବୈଶାଖୀରେ ବ୍ୟାପକ କ୍ଷୟକ୍ଷତି

ବରୀ,(ଚୈତନ୍ୟ ଜେନା) : ବରୀ ଏକ କୃଷି ପ୍ରଧାନ ଅଞ୍ଚଳ ଏହି ବ୍ଲକର ୭୦% ରୁ ଅଧିକ ଅଧିବାସୀ ମାନେ କୃଷି ଉପରେ ନିର୍ଭର କରିଥାଆନ୍ତି। ମାତ୍ର କାଳ ବୈଶାଖୀ ପ୍ରଭାବରେ ପନି ପରିବା ନଷ୍ଟ ହେବା ଯୋଗୁ ଚାଷୀମାନେ ହତାଶ ହୋଇ ପଡିଛନ୍ତି। ବିଭିନ୍ନ ସ୍ଥାନରେ ଗଛ ଡ଼ାଳ ଭାଙ୍ଗି ପଡ଼ିଥିବା ବେଳେ ଚାଳ ଛପର ଓ ଆଜବେଷ୍ଟସ ଘରର ଛାତ ଉଡ଼ିଯାଇଛି। ସଂଖାରିଗଡା ନିକଟରେ ଥିବା ମାଇଁ କମଫର୍ଟ ରେଷ୍ଟୁରାଣ୍ଟର ଆଜବେଷ୍ଟସ ଘରର ଛପର ଉଡ଼ିଯିବା ଫଳରେ ଘର ଭିତରେ ଥିବା ଡି ଜି ବା ଜେନେରେଟର ରେ ବର୍ଷା ପାଣି ପଶି ଏହା ସମ୍ପୂର୍ଣ ନଷ୍ଟ ହୋଇ ଯାଇଛି। ସେହିପରି ବାଲିଆ, ଧାରପୁର, ସାହୁପଡ଼ା ଆଦି ଗ୍ରାମ ମାନଙ୍କରେ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ଦେଖିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ