ଦୁଇଟି ସ୍ଥାନରୁ ୪୭୦ ଲିଟର ଦେଶୀ ମଦ ସହ ଗାଡି ଓ ଟଙ୍କା ଜବତ, ତିନି ଗିରଫ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):କରୋନା ପାଇଁ ସମଗ୍ର ଦେଶରେ ଲକ୍ ଡାଉନ୍ ଜାରି ରହିଛି ।ଫଳରେ ସମସ୍ତ ଦୋକାନ ବଜାର ସହ ମଦ ଦୋକାନ ବି ବନ୍ଦ ରହିଛି ।ଏହି ଅବସରରେ ବହୁ ସ୍ଥାନରେ ଚୋରା ଦେଶି,ବିଦେଶୀ ମଦ ବେପାର ବ୍ୟାପକ ହେଉଥିବା ଲକ୍ଷ୍ୟ କରି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।ଆଜି କୌଣସି ସୁତ୍ରରୁ ଖବର ପାଇ ଗାଙ୍ଗପୁର ପୋଲିସ ଦୁଇଟି ପୃଥକ ପୃଥକ ସ୍ଥାନରେ ଚଢ଼ାଉ କରି ୪୭୦ ଲିଟର ମଦ ସହ ୧୫୭୦୦ ଟଙ୍କା ଓ ଏକ ମୋଟରସାଇକଲ୍ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି ।ପୋଲିସ ସୁତ୍ରରୁ ପ୍ରକାଶ ଯେ,ଗାଙ୍ଗପୁର ଥାନା ଅନ୍ତର୍ଗତ ସିଆରିମାଳ ଗ୍ରାମ ମୁଣ୍ଡ ଏକ ମୁଣ୍ଡିଆ ନିକଟରେ ଚଢ଼ାଉ କରି ୩୨୦ ଲିଟର ମଦ ସହ ୧୨୦୦୦ ଟଙ୍କା,ଏକ ହିରୋ ଏଚ୍.ଏଫ୍ ଡିଲକ୍ସ ମୋଟରସାଇକଲ୍ ଜବତ କରି ସେହି ଗ୍ରାମର ଲକ୍ଷ୍ମଣ ବରାଡ ଓ ବିଜୟ ବିଷୋୟୀଙ୍କୁ ଗିରଫ କରି ୧୦୧/୨୦ ରେ ଏକ ମାମଲା ରୁଜୁ କରିଥିବା ଜଣାପଡିଛି । ସେହିପରି ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡା ଜଙ୍ଗଲରେ ଚଢ଼ାଉ କରି ସେଠାରୁ ୧୫୦ ଲିଟର ଦେଶୀ ମଦ ଓ ପୋଚ ସହ ୩୭୦୦ଟଙ୍କା ଜବତ କରିବା ସହ ବିଞ୍ଜିଗିରି ଗ୍ରାମର ଫକୀର ଗୌଡଙ୍କୁ ଗିରଫ ୧୦୨/୨୦ରେ ମାମଲା ରୁଜୁ କରିଥିବା ଜଣାପଡିଛି ।ଏହି ଚଢ଼ାଉରେ ଗାଙ୍ଗପୁର ଥାନା ପ୍ରୋବେସନାଲ୍ ଡିଏସପି ସଞ୍ଜୟ କୁମାର ମହାପାତ୍ର,ଥାନାଧିକାରୀ ଧିରେଶ କୁମାର ଦାସ, ଏସ୍ ଆଇ ଅଜିତ ପରିଡା ଓ ପୋଲିସ ଟିମ୍ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ