ରାପିଡ୍ ଆଣ୍ଟିବଡ଼ି କିଟରେ ପରୀକ୍ଷା ବନ୍ଦ ହେଲା

ଭୁବନେଶ୍ୱର: ରାପିଡ ଆଣ୍ଟିବଡ଼ି ପରୀକ୍ଷା ନ କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶାବଳୀ ଜାରି କରିଛି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) । ଆଜି ଆଇସିଏମଆର ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ବିଶେଷ କରି ଚୀନର ଦୁଇଟି କମ୍ପାନୀର ଆଣ୍ଟିବଡ଼ି କିଟର ମାନ ଠିକ ନଥିବାରୁ ଏଥିରେ ପରୀକ୍ଷା ନ କରିବାକୁ କୁହାଯାଇଛି । ତେଣୁ ଯେଉଁ ରାଜ୍ୟମାନେ ଚୀନର ଏହି ଦୁଇଟି କମ୍ପାନୀରୁ କିଟ ମଗାଇଥିଲେ ସେମାନେ ଫେରାଇ ଦେବାକୁ କୁହାଯାଇଛି । ଆଇସିଏମଆର ପକ୍ଷରୁ କୁହାଯାଇଛି ଯେ ରାପଡ଼ି ଆଣ୍ଟିବଡ଼ି କିଟକୁ କେବଳ ତଦାରଖ ପାଇଁ ବ୍ୟବହାର କରାଯିବା ଲାଗି ନିର୍ଦ୍ଦେଶ ରହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ