ଓଡ଼ିଶା ବାହାରକୁ କାମ ପାଇଁ ଯାଇଥିବା ଶ୍ରମିକଙ୍କ ନିମନ୍ତେ ରାଜ୍ୟ ସରକାର ହେଲପ୍ ଲାଇନ୍ ପୋର୍ଟାଲ ଜାରି କଲେ

ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : ଭାରତରେ ସମ୍ପ୍ରତି ଦେଖାଦେଇଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍ ଡାଉନ୍ ଜାରି କରାଯାଇଛି । ଇତିମଧ୍ୟରେ ଲକ୍ ଡାଉନ୍ ସମୟସୀମାକୁ ବର୍ଦ୍ଧିତ ମଧ୍ୟ କରାଯାଇଛି । ବହୁ କୁଶଳୀ ତଥା ଅଣ-କୁଶଳୀ ଶ୍ରମିକ କାମଧନ୍ଦା ଉଦ୍ଦେଶ୍ୟରେ ବାହାର ରାଜ୍ୟ ଅଟକି ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକ ସଂଖ୍ୟକ ଗୁଜରାଟରେ ଅଟକି ରହିଛନ୍ତି । ଏହାକୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ପକ୍ଷରୁ ୩୦ଟି ଅନ୍ ଲାଇନ୍ ସହାୟତା କେନ୍ଦ୍ର ସ୍ଥାପନ କରିଛନ୍ତି । ବରିଷ୍ଠ ଅଧିକାରୀଙ୍କ ସମେତ ନୋଡାଲ୍ ଅଧିକାରୀମାନେ ଶ୍ରମିକମାନଙ୍କ ସହିତ ଯୋଗାଯୋଗରେ ନିୟୋଜିତ ରହିଛନ୍ତି । ଏହି ଅବସରରେ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବ ଆଇଏଏସ୍ ଅସିତ ତ୍ରିପାଠି କହିଲେ, ଓଡ଼ିଶାର ବହୁ ଶ୍ରମିକ ବିଭିନ୍ନ କାମଧନ୍ଦା ପାଇଁ ଭାରତ ବିଭିନ୍ନ ରାଜ୍ୟକୁ ଯାଇଥିଲେ । ତେବେ କରୋନା ସଂକ୍ରମଣ ଯୋଗୁ ଘୋଷଣା ହୋଇଥିବା ଲକ୍ ଡାଉନ୍‌ରେ ସେମାନେ ଅଟକି ରହିଛନ୍ତି । ରାଜ୍ୟର ବରିଷ୍ଠ ଆଇଏଏସ୍‌, ଆଇପିଏସ୍ ଅଧିକାରୀ ଏବଂ ନୋଡାଲ ଅଧିକାରୀମାନେ ଏନେଇ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଜାରି ରଖିଛନ୍ତି । ସେମାନଙ୍କ ପାଖରେ ଆବଶ୍ୟକ ରିଲିଫ୍ ସହାୟତା ପଠାଇବା କାର୍ଯ୍ୟ ଜାରି ରହିଛି । ଏହି ଅବସରରେ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ମୁଖ୍ୟ ସଚିବ ଆଇଏଏସ୍ ସଞ୍‌ଜିବ୍ ଚୋପ୍ରା କହିଲେ, ଲକ୍ ଡାଉନ୍ ଯୋଗୁ ଓଡ଼ିଶାର ବହୁ ଶ୍ରମିକ ବେଶ୍ ପ୍ରଭାବିତ ହୋଇଛନ୍ତି । ଆମର ୨୪ ଘଂଟିଆ ହେଲପ୍ ଲାଇନ୍ ଏବଂ ପୋର୍ଟାଲ ଦ୍ୱାରା ସେମାନଙ୍କ ପାଖରେ ନିରନ୍ତର ରିଲିଫ୍ ସହାୟତା ମାର୍ଚ୍ଚ ୨୬ଠାରୁ ଯୋଗାଣ ଜାରି ରହିଛି । ସେମାନଙ୍କ ପ୍ରତିଟି କଲ୍ ଗ୍ରହଣ କରାଯିବା ସହିତ ଆବଶ୍ୟକ ସୂଚନା ସେମାନଙ୍କୁ ପ୍ରଦାନ କରାଯାଉଛି । ସେମାନଙ୍କ ହେଲପ୍ ଲାଇନ୍ ପକ୍ଷରୁ ମଧ୍ୟ କଲ୍ କରାଯାଉଛି । କୋଭିଡ୍‌-୧୯ ସଙ୍କଟ ସମୟରେ ରାଜ୍ୟ ବାହାରେ ଥିବା ଶ୍ରମିକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବେଶ୍ ଯତ୍ନବାନ ହେବା ସହିତ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି । ରାଜ୍ୟ ସରକାରଙ୍କ ହେଲପ୍ ଲାଇନ୍ ସେମାନଙ୍କ ପାଇଁ ବେଶ୍ ସହାୟକ ହୋଇପାରୁଛି । ଏହାଦ୍ୱାରା ସେମାନଙ୍କର ସଙ୍କଟ ଲାଘବ ହୋଇପାରିଛି । ରାଜ୍ୟ ସରକାର ଇଜି-୫ ଗ୍ରୁପ୍ ଦ୍ୱାରା ଶ୍ରମିକଙ୍କ ପାଖରେ ଆବଶ୍ୟକ ଖାଦ୍ୟ ଏବଂ ପରିବହନ ବ୍ୟବସ୍ଥା ପହଂଚାଇବା ଜାରି ରଖିଛନ୍ତି । ଭାରତ ସରକାର ଓଡ଼ିଶା ରାଜ୍ୟ ସରକାରଙ୍କ ଏଭଳି ଭୂମିକାକୁ ବେଶ୍ ପ୍ରଶଂସା କରିଛନ୍ତି । ଓଡ଼ିଶା ଭାରତ ପୂର୍ବ ଉପକୂଳରେ ଅବସ୍ଥିତ । ବଙ୍ଗୋପ ସାଗର ଉପକୂଳରେ ଏହାର ୪୮୦ କିମି ଦୀର୍ଘ ତଟୀୟ କ୍ଷେତ୍ର ରହିଛି । ଆଧୁନିକ ଓଡ଼ିଶା ରାଜ୍ୟ ୧୯୩୬ ଏପ୍ରିଲ୍ ୧ରେ ଗଠିତ ହୋଇଥିଲା । ମହାଭାରତରେ ଓଡ଼ିଶାର ପୁରୁଣା ନାମ କଳିଙ୍ଗ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ବିଗତ ବର୍ଷରେ ରାଜ୍ୟ ଏହାର ପଡ଼ୋଶୀ ରାଜ୍ୟଗୁଡ଼ିକ ଠାରୁ ନିଜସ୍ୱ ଅନନ୍ୟ ସଂସ୍କୃତି ଯୋଗୁ ବେଶ୍ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି । ଓଡ଼ିଶା ନିଜର ଖଣିଜ ଏବଂ ଖଣି ପାଇଁ ପାରମ୍ପରିକ ଭାବେ ବେଶ୍ ପରିଚିତି ହାସଲ କରିବାକୁ ସକ୍ଷମ ହୋଇଛି । ଏବେ ରାଜ୍ୟ ଏହାର ବିକାଶ ଲକ୍ଷ୍ୟରେ ମାନ୍ୟୁଫାକଚରିଂ ଏବଂ ସର୍ଭିସ୍ ତଥା ଶିଳ୍ପ ଅଭିବୃଦ୍ଧିକୁ ସ୍ଥାନୀତ କରିଛି । ନିବେଶକଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ଅନନ୍ୟ ପ୍ରୟାସ ଜାରି ରଖିଛନ୍ତି । ଯାହାଦ୍ୱାରା ଚିନ୍ତାମୁକ୍ତ ଏବଂ ଅନୁକୂଳ ବ୍ୟବସାୟିକ ପରିବେଶ ସୃଷ୍ଟି ହୋଇପାରିବ । ଏହି ୱେବସାଇଟ୍ ସମସ୍ତ ସୂଚନା ପାଇଁ ଏକ ମାତ୍ର ଲକ୍ଷ୍ୟସ୍ଥଳ ଭାବେ ପରିଚିତି ହାସଲ କରିପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ