ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ପଞ୍ଚମ ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ସ୍ଥାନୀୟ ରାଣିପାଟଣା କଲ୍ୟାଣମଣ୍ଡପ ଆୟୁର୍ବେଦିକ ଜିଲ୍ଲା ଚିକିତ୍ସାଧିକାରୀ ଓ ପତଞ୍ଜଳୀ ମହିଳା ଯୋଗ ସମିତି ଆନୁକୂଲ୍ୟରେ ସକାଳ ୫ ଘଟିକାରେ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛ । ଯୋଗ ଦିବସ ପାଳନ ଅବସରରେ ଏକ ସାଧାରଣ ସଭା ସମିତିର ଅଧ୍ୟକ୍ଷ କରୁଣାକର ଶିଅଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ମୁଖ୍ୟବକ୍ତା ଭାବେ ଜିଲ୍ଲା ଆୟୁର୍ବେଦିକ ଚିକିତ୍ସାଧିକାରୀ ଡ. ସୁରେନ୍ଦ୍ର ନାଥ ମହାଋଣା ଏବଂ ସମ୍ମାନୀତ ଅତିଥି ଭାବେ ଡ. ଯତୀନ୍ଦ୍ର ନାଥ ନନ୍ଦ ଯୋଗଦାନ କରିଥିଲେ । ମହିଳା ସମିତିର ଅଧ୍ୟକ୍ଷା ଯଶୋମଣି ଶିଅଳ, ଶିକ୍ଷୟିତ୍ରୀ ସରିତା ପାଣିଗ୍ରାହୀ, ଭାସ୍ୱତି ଦିକ୍ଷିତ୍ ପ୍ରମୁଖ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ଯୋଗ ଶିକ୍ଷକ ମନୋଜ କୁମାର ଦେ ସଭାକାର୍ଯ୍ୟରେ ସହଯୋଗ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଆୟୁଷ କାର୍ଯ୍ୟାଳୟର ଉପବିଭାଗ ଅଧିକାରୀ ହିମାଂଶୁ ଶେଖର ଦାସ ମଞ୍ଚ ସଂଯୋଜକ କରିଥିଲା ବେଳେ ଶତାଧିକ ଯୋଗ ପ୍ରେମୀ ଯୋଗାଭ୍ୟାସ କରିଥିଲେ । ସ୍ଥାନୀୟ କାଉନସେଲିଂ ତଥାକ ରାଣିପାଟଣା ଯୁବକ ସଂଘର ସଭ୍ୟ ଡ. ଅଶୋକ କୁମାର ଦାସ, ଡ. ଜୟନ୍ତ କୁମାର ପ୍ରଧାନ, ଅମ୍ବିକା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


