ରଣା ସାପକୁ ଉଦ୍ଧାର କଲା ବନ ବିଭାଗ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଆଜି ସନ୍ଧ୍ୟା ସମୟରେ ଏଲଆଇସି କୋଲନୀ ର ପ୍ରଥମ ଗଳି ରେ ଛୋଟ ପିଲା ମାନେ ବାହାରେ ଖେଳୁଥିବା ବେଳେ ହଠାତ ଏକ ବିଷଧର ରଣା ସାପ ବୁଲୁ ଥିବାର ଦେଖି ଥିଲେ। ଏହା ଦେଖୀ ପିଲା ମାନେ ଚିତ୍କାର କରିବାରୁ ସାପଟି ସ୍ଥାନୀୟ ବାସିନ୍ଦା ତଥା ଉତ୍କଳ ଗ୍ରାମୀଣ ବ୍ୟାଙ୍କର କର୍ମଚାରୀ ଉମ ଚରଣ ବେହେରା ଙ୍କ ଘର ବାରଣ୍ଡାରେ ଥିବା ଏକ ଅଖା ଭିତରେ ରହିଯାଇଥିଲା। ଏହା ଦେଖି ଶ୍ରୀ ବେହେରା ବନ ବିଭାଗ କୁ ଖବର ଦେଇଥିଲେ। ବନ ବିଭାଗର ଅଧିକାରୀ ମାନେ ପହଞ୍ଚି ସାପ ଟିକୁ ଉଦ୍ଧାର କରିବା ସହିତ ସ୍ଥାନୀୟ ଜଙ୍ଗଲ ରେ ଛାଡ଼ି ଦେଇଥିବା ସୂଚନା ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ