ପୌରାଂଚଳରେ ପ୍ରବାସୀଙ୍କ ସଙ୍ଗରୋଧ ସ୍ଥିତି ସମୀକ୍ଷା କଲେ ଉପଜିଲ୍ଲାପାଳ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିବାରେ ଲାଗିଛି । କରୋନା ସଂକ୍ରମିତ ସମୟର ଚତୁର୍ଥ ପର୍ଯ୍ୟାୟ ପଂହଚିଛି । ଆନ୍ତଃରାଜ୍ୟ ଫେରନ୍ତା ଆସିବାକୁ ଥିବାରୁ ଏହି ପର୍ଯ୍ୟାୟ ବିପଦଜନକ ସାବ୍ୟସ୍ତ ହୋଇପାରେ ବୋଲି ଅନୁମାନ କରି ଜିଲ୍ଲା ପ୍ରଶାସନ ତତ୍ପର ହୋଇପଡ଼ିଛି । ଆସନ୍ତା ୩ ତାରିଖ ପରେ ଯେଉଁ ପ୍ରବାସୀ ଓଡ଼ିଆ ଶ୍ରମିକ ଆସିବେ, ସେମାନେ ପ୍ରାୟତଃ ଅଧିକ ସଂକ୍ରମିତ ହୋଇଥିବା ରାଜ୍ୟରେ ରହି କାମ କରୁଥିଲେ । ଏଭଳି କ୍ଷେତ୍ରରେ ରାଜ୍ୟ ସରକାର ଗୋଟିଏ ପଟେ ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ପଦକ୍ଷେପ ନେଇଛନ୍ତି । ସେମାନେ ଆସିଲେ ଯେଭଳି ବିପଦ ସୃଷ୍ଟି ନହେବ ସେଥିପାଇଁ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ସେମାବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳିକାଟୁ ବ୍ଳକର ୨୧ଟି ପଂଚାୟତ ଗ୍ରସ୍ତ କରି ସଙ୍ଗରୋଧ କେନ୍ଦ୍ରର ସ୍ଥିତି ସମୀକ୍ଷା କରି ଫେରିଥିବା ବେଳେ ବୁଧବାର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ହିଞ୍ଜିଳିକାଟୁ ଗ୍ରସ୍ତରେ ଆସି ପୌରାଂଚଳର ବିଭିନ୍ନ ଅଧିକାରୀଙ୍କ ସହ ଆଗନ୍ତୁକଙ୍କ ତଥ୍ୟ ସଂଗ୍ରହ କରିବା ସହିତ ସେମାନଙ୍କର ରହିବା ଓ ଖାଇବା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ପୌରାଂଚଳର ୧୨ଟି ଅସ୍ଥାୟୀ କେନ୍ଦ୍ରରେ ୬୪୧ ଆନ୍ତଃରାଜ୍ୟ ଫେରନ୍ତାଙ୍କ ଲାଗି ବ୍ୟବସ୍ଥା କରାଯାଇଛି । ବୁଧବାର ସୁଦ୍ଧା ୪୭୨ ଜଣ ପଞ୍ଜିକରଣ କରିଥିବା ଜଣାପଡ଼ିଛି । ଉପଜିଲ୍ଲାପାଳ ପୃଷ୍ଟିଙ୍କ ଗ୍ରସ୍ତ ସମୟରେ ସହରାଂଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଜନସ୍ୱାସ୍ଥ୍ୟ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଅରୁଣ କୁମାର ନାୟକ, ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ସାମନ୍ତରା, ପୌର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲ୍ଲିପ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ