କଡା ସୁରକ୍ଷା ମଧ୍ୟରେ କୁରାଇଣ୍ଟନ ରେ ରହିଲେ ୧୧୪ ଜଣ ସୁରଟ ଫେରନ୍ତା

ଶେରଗଡ,(ଦେବୀ ପ୍ରସାଦ ଦାଶ):ଶେରଗଡ଼ ବ୍ଲକ ପଦ୍ମପୁର ଗ୍ରାମରେ ଥୁବା ଆଦର୍ଶ ବିଦ୍ୟାଳୟ କୁ ବୁଧବାର ରାତ୍ରି ପ୍ରାୟ ୧୨ଟା ବେଳେ ସୁରଟ ଆସିଥିବା ଦୁଇଟି ବସ ରୁ ୧୧୪ଜଣଙ୍କୁ କୁରାଇଣ୍ଟନ ରେ ରଖାଯାଇଛି।ସମସ୍ତ ଙ୍କ ପରିଚୟ ଯାଂଚ ପରେ ସମସ୍ତଙ୍କୁ ଆଦର୍ଶ ବିଦ୍ୟାଳୟର ଆଇସୋଲେଶନ ୱାର୍ଡରେ ରଖାଯାଇଛି।ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପ୍ରତିଦିନ ଯାଂଚ କରାଯାଇ ପ୍ରତିଦିନ ସରକାର ଙ୍କ ନିୟମ ଅନୁଯାୟୀ ଖାଦ୍ୟ ଓ ଜଳଖିଆ ଦିଆଯାଇ ଏପରି ୧୪ଦିନ ରଖାଯିବ ବୋଲି ପ୍ରଶାସନ ସୂତ୍ରରୁ ପ୍ରକାଶ ।ଉକ୍ତ କେନ୍ଦ୍ରରେ ଜଣେ ନୋଡାଲ ଅଧିକାରୀ ଭକ୍ତି ରଞ୍ଜନ ବେହେରା ସମେତ ଜଣେ ସ୍ୱାସ୍ଥ୍ୟ କର୍ମୀ, ଜଣେ ଫାର୍ମସିଷ୍ଟ, ଦୁଇଜଣ ଆଶା,ଚାରିଜଣ ପାଚିକା ସହାୟିକା,୧୦ଜଣ ସ୍ବେଚ୍ଛାସେବୀ,୫ଜଣ ସ୍ୱୟଂ ସହାୟକ ଗୋଷ୍ଟି ର କର୍ମକର୍ତା, ଉକ୍ତ ୧୧୪ଜଣଙ୍କ ସେବାରେ ଅଛନ୍ତି।ଶେରଗଡ଼ ପୋଲିସ ପକ୍ଷରୁ କିଛି ପୋଲିସ ଫୋର୍ସ ଙ୍କ ସହାୟତା ରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯେଉଁ କୋଠାରେ ଉକ୍ତ କୋଠା କୁ କଡା଼ସୁରକ୍ଷା ସହ ବେରକେଟ ଘେରା କରା ରଖାଯାଇଛି।ପଂଚାୟତ ନୋଡାଲ ଅଧିକାରୀ, ବିଡିଓ ତହସିଲଦାର ,ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଂଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଉପସ୍ଥିତ ରହି ରାତିରେ ସେମାନଙ୍କ ଆନୁଷଙ୍ଗିକ ଵ୍ୟଵସ୍ଥା ତଦାରଖ କରିଥିଲେ।ଉକ୍ତ ପରିବେଶ କୁ ପ୍ରତିଦିନ ସଫା ରଖିବା ,ପିଇବା ପାଣି ମହଜୁଦ କରାଯାଇଛି।ଉକ୍ତ ୧୧୪ଜଣ ମଧ୍ୟରେ ଶେରଗଡ଼ ବ୍ଲକ ର ବ୍ରାହ୍ମଣଛାଇ ଅଞ୍ଚଳର ୪୦ଜଣ ଥିବା ବେଳେ ବଳକା ଅନ୍ୟ ବ୍ଲକ ଅଞ୍ଚଳର ଅଛନ୍ତି ବୋଲି ପ୍ରଶାସନ ସୂତ୍ରରୁ ପ୍ରକାଶ ।ପୋଲିସ ପକ୍ଷରୁ ରାତି ଦିନିଆ ସହ ରହୁଥିବା ବ୍ୟକ୍ତି ମାନଙ୍କୁ ଉପଯୁକ୍ତ ଚିକିତ୍ସା କୋଭିଡ ପରୀକ୍ଷା କରାଯିବ।ଯଦି ଏମାନଙ୍କ ମଧ୍ୟରେ କେହି ଆକ୍ରାନ୍ତ ହୁଅନ୍ତି ତେବେ ସମସ୍ତଙ୍କୁ ପୁଣି ପରୀକ୍ଷା କରାଯାଇ ୧୪ଦିନ ପରେ ଛଡ଼ାଯିବ ବୋଲି ପ୍ରଶାସନ କହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ