କାଳବୈଶାଖୀ:୧୦ ପରିବାର କ୍ଷତିଗ୍ରସ୍ତ

ପାରଳାଖେମୁଣ୍ଡି,(ତାରିଣାୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଦମାଦୁଆ ପଞ୍ଚାୟତର ୧୦ ଗୋଟି ପରିବାର କାଳବୈଶାଖୀ ଯୋଗୁଁ ସେମାନଙ୍କର ଟିଣ ଛପର ଘର ଉଡିଯିବା ସହ ଘରର ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇଯାଇଛି । ଏଥିରେ ସଂପୃକ୍ତ ୧୦ ଗୋଟି ପରିବାରର ୫ଲକ୍ଷ ଟଙ୍କାରୁ ଉର୍ଦ୍ଧ ସମ୍ପତ୍ତି ନଷ୍ଟ ହୋଇଥିବା ସୁଚନା ମିଳିଛି । ଗତକାଲି ଅପରାହ୍ନରେ ହଠାତ୍ ପ୍ରବଳ ବେଗରେ କାଳବୈଶାଖୀ ସହ ବର୍ଷା ହେବା ଯୋଗୁଁ ଉକ୍ତ ପଞ୍ଚାୟତର ରପି ନାୟକ,ଫିଟୁ ନାୟକ,ବେନା ନାୟକ,ମନୁ ନାୟକ,ବିଜୟ ପରିଚ୍ଛା,ପୁର୍ଣ୍ଣ ଚନ୍ଦ୍ର ନାୟକ,ମିନା ବେହେରା,କେ.ବଳିଆରସିଂ,ଏଫ.ପରିଚ୍ଛା,ଲକ୍ଷ୍ମଣ ମଳିକ,ଆନ୍ନା ନାୟକଙ୍କ ଟିଣ ଛପର ଉଡିଯାଇ ଘରର ଜିନିଷ ପତ୍ର ନଷ୍ଟ ହୋଇପଡିଛି । କିଛି ଘରର ଟିଣ ୫୦ ମିଟର ଦୁରରେ ପଡିଥିବା ବେଳେ ଇଟା କାନ୍ଥ ଗୁଡିକ ଭୁଷୁଡି ପଡିଛି । ଏମାନେ ଏବେ ଅସହାୟ ଅବସ୍ଥାରେ ପଡି ରହିନ୍ତି । ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ଅଡବା ରାଜସ୍ୱ ନିରୀକ୍ଷକଙ୍କୁ ତୁରନ୍ତ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗରିବ ଶ୍ରେଣୀର ଏହି ୧୦ ପରିବାର କାଳବୈଶାଖୀ ଯୋଗୁଁ ସର୍ବସ୍ୱ ହରାଇଥିବାରୁ ଘର ନିର୍ମଣ ପାଇଁ ପ୍ରଶାସନ ସାହାର୍ଯ୍ୟ ଦେବା ପାଇଁ ଅଞ୍ଚଳବାସୀ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ