ଗଜପତିରେ ଲକ୍‌ଡାଉନ୍ ନିୟମ କୋହଳ ବସ୍ ଚଳାଚଳ, ମଦ ଦୋକାନ ବନ୍ଦ ନିଷ୍ପତ୍ତି

ପାରଳାଖେମୁଣ୍ଡି,(ତାରିଣାୀ ପ୍ରସାଦ ପଣ୍ଡା): ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ଆରମ୍ଭ ହୋଇଥିବା ବେଳେ ଲକ୍‌ଡାଉନ୍ ନିୟମରେ କିଛିଟା କୋହଳ କରାଯାଇଛି । ବଜାର ଖୋଲିବା ସମୟ ଅପରିବର୍ତ୍ତିତ ରହିଥିବା ବେଳେ ବିଭିନ୍ନ ଜିଲ୍ଲାକୁ ଗ୍ରୀନ,ରେଡ୍ ଏବଂ ଅରେଞ୍ଜ ୩ଭାଗରେ ଭାଗ କରାଯାଇଛି । ରାଜ୍ୟ ସରକାର ଏଥିରେ କିଛି ଅଧିକ କଟକଣା ରଖିଥିବା ବେଳେ ଗଜପତି ପ୍ରଶାସନ ମଧ୍ୟ ସମାନ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ସମୟରେ ଦୋକାନ ବଜାର ଖୋଲିବା ସମୟ ଅପରିବର୍ତ୍ତିତ ରହିଥିବା ବେଳେ ସାମାଜିକ ଦୁରତ୍ୱ ଓ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆଯାଇଛି । ଜିଲ୍ଲାରେ କୌଣସି ମଦ ଦୋକାନ ଖୋଲି ପାରିବ ନାହିଁ । ଏହା ସହ ଆନ୍ତଃ ରାଜ୍ୟ ଏବଂ ଆନ୍ତଃ ଜିଲ୍ଲା ବସ୍ ଚଳାଚଳ ଉପରେ କଟକଣା ଲାଗିଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଏବଂ ବିଭିନ୍ନ ମରାମତି ଦୋକାନ ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ସେହିପରି ଗ୍ରାମାଞ୍ଚଳରେ ନିର୍ମାଣ କାର୍ଯ୍ୟ ଜାରି ରହିବ । ଜିଲ୍ଲାର ସମସ୍ତ ସିନେମା ହଲ,ଜିମ,ପାର୍କ ଇତ୍ୟାଦି ବନ୍ଦ ଚହିବ । ସକାଳ ୬ଟାରୁ ୧୦ଟା ଓ ସଂଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ସମସ୍ତେ ନିଜର ଆବଶ୍ୟକ ଜିନିଷ କିଣି ପାରିବେ ବୋଲି ଗଜପତି ଜିଲ୍ଲାପାଳ ଅନୁପମ ଶାହା ଭିଡିଓ ବାର୍ତ୍ତା ଦ୍ୱାରା ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ