ଭଞ୍ଜନଗର ଉପଖଣ୍ଡ ମେଡିକାଲ ରେ କୋଭିଡ-୧୯ ସ୍ୱାବ ନମୁନା ସଂଗ୍ରହ ସେଣ୍ଟର ଆରମ୍ଭ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କୋରନା ଭୁତାଣୁ ପାଇଁ ପରିସ୍ଥିତି ନିୟନ୍ତ୍ରଣ ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ବିଶେଷ କରି ଅଧିକରୁ ଅଧିକ ନମୁନା ସଂଗ୍ରହ କରିବା ଉପରେ ଜୋର ଦିଆ ଯାଉଛି। ଅପରପକ୍ଷରେ ପ୍ରବାସୀ ଓଡ଼ିଆଙ୍କ ଫେରିବା ପରେ ଗଞ୍ଜାମ ଜିଲ୍ଲାରେ କୋରନା ସଂକ୍ରମଣ ମଧ୍ୟ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ଅଧିକରୁ ଅଧିକ ସ୍ୱାବ ପରୀକ୍ଷା କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଗୁରୁତ୍ୱାରୋପ କରାଯାଉଛି। ଆଜି ଭଞ୍ଜନଗର ଉପଖଣ୍ଡ ମେଡିକାଲ ରେ କୋରନା ସ୍ୱାବ ସଂଗ୍ରହ କେନ୍ଦ୍ର ଆରମ୍ଭ କରାଯାଇଛି। ଏହି କେନ୍ଦ୍ରରେ ସଂକ୍ରମଣ ଆଶଙ୍କା ଥିବା ଲୋକ ମାନଙ୍କ ସ୍ୱାବ ସଂଗ୍ରହ କରାଯିବା ପରେ ତାହାକୁ ବ୍ରହ୍ମପୁର ମେଡିକାଲ କୁ ପରୀକ୍ଷା ପାଇଁ ପଠାଯିବ ବୋଲି ସୂଚନା ମିଳିଛି