ହତ୍ୟା ଅଭିଯୁକ୍ତକୁ ୫ବର୍ଷ କାରାଦଣ୍ଡ

ପାରଳାଖେମୁଣ୍ଡି,(ତାରିଣାୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଦୌରା ଜର୍ଜ ବିଶ୍ୱଜିତ ଦାସଙ୍କ ଇଜିଲାସରେ ମଙ୍ଗଳବାର ଦିନ ଏକ ହତ୍ୟା ମାମଲାର ଶୁଣାଣୀ କରାଯାଇଛି । ଏଥିରେ ଅଭିଯୁକ୍ତଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଣି ହୋଇଛି । ଅଭିଯୁକ୍ତ ଜଣକ ରାମଗିରି ଥାନା ଅନ୍ତର୍ଗତ ବଡଶଢା ଗ୍ରାମର ସାରଥି ଗମାଙ୍ଗ (୪୨) ବୋଲି ଜଣାପଡିଛି । ସୁଚନାରୁ ପ୍ରକାଶ ଯେ,ଗତ ୨୦୧୭ ଡିସେମ୍ବର ୪ତାରିଖ ରାତ୍ର ପ୍ରାୟ ୧୧ଟା ସମୟରେ ସାରଥି ଗମାଙ୍ଗ ତାଙ୍କ ପୋଡଶୀ ଦଣ୍ଡପାଣୀ କାର୍ଯୀଙ୍କୁ ଉଠାଇ ଗଣ୍ଡୋଗଳ କରିବା ସହ ଏକ କାଠ ଫାଳିଆ ଯୋଗେ ଆକ୍ରମଣ କରିଥିଲେ । ଏଥିରେ ଘଟଣା ସ୍ଥଳରେ ହିଁ ଦଣ୍ଡପାଣୀଙ୍କ ମୃତ୍ୟୁ ଘଟିଥିଲା । ଘଟଣାକୁ ନେଇ ଦଣ୍ଡପାଣୀଙ୍କ ପତ୍ନୀ ସରୋଜିନୀ କାର୍ଯୀ ରାମଗିରି ଥାନାରେ ଅଭିଯୋଗ କରିଥିଲେ । ତତ୍କାଳୀନ ରାମଗିରି ଥାନା ଅଧିକାରୀ ଆଲୋକ କୁମାର ଜଗଦଲ ୨୮/୧୭ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲେ । ଏହି ମାମଲାର ବିଚାର ଜିଲ୍ଲା ଦୌରା ଜର୍ଜ ଭିଡିଓ କନଫେରେନ୍ସ ମାଧ୍ୟମରେ ଅଭିଯୁକ୍ତଙ୍କୁ ୫ବର୍ଷ ସଶ୍ରମ କାରା ଦଣ୍ଡର ରାୟ ଦେଇଥିବା ସରକାରୀ ଆଇନଜିବୀ ସରତ ଚନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ