ଭଞ୍ଜନଗରର ୬୧ଟି ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି ୬୬୫ ପ୍ରବାସୀ ଓଡ଼ିଆ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା): କୋରନା ପାଇଁ ବାହାର ରାଜ୍ୟରେ କାମ କରୁଥିବା ପ୍ରବାସୀ ଓଡିଆମାନେ ଟ୍ରେନ ଓ ବସ ଯୋଗେ ନିଜ ନିଜ ଅଞ୍ଚଳକୁ ଫେରୁଛନ୍ତି। ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି। ତେବେ ଭଞ୍ଜନଗର ବ୍ଳକ ରେ ବର୍ତ୍ତମାନ ସୁଦ୍ଧା ୬୧ଟି ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଏହି ସମସ୍ତ ସଙ୍ଗରୋଧ କେନ୍ଦ୍ରରେ ୫ହଜାରରୁ ଅଧିକ ଲୋକ ରହି ପାରିବେ। ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ୬୧ଟି ସଙ୍ଗରୋଧ କେନ୍ଦ୍ର ମାନଙ୍କରେ ବର୍ତ୍ତମାନ ସୁଦ୍ଧା ୬୬୫ ଜଣ ପ୍ରବାସୀ ଓଡ଼ିଆ ଙ୍କୁ ରଖାଯାଇଛି। ଭଞ୍ଜନଗର ବ୍ଳକ ରେ ମୋଟ ୬ହଜାର ଲୋକ ପଞ୍ଜିକରଣ କରାଇଛନ୍ତି। ତେବେ ଏତେ ମାତ୍ରାରେ ପ୍ରବାସୀ ଓଡ଼ିଆ ଆସିବା ନେଇ ଜଣା ପଡିବା ପରେ ଲୋକ ମାନଙ୍କ ମଧ୍ୟରେ ଏକ ପ୍ରକାର ଛନକା ପଶିଛି। ଅପରପକ୍ଷରେ ସମସ୍ତ ସଙ୍ଗରୋଧ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯିବା ସହ ବ୍ଳକ ପ୍ରଶାସନ ସମସ୍ତ ପ୍ରକାର ପରିସ୍ଥିତି କୁ ସାମ୍ନା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିଲ କୁମାର ସେଠୀ।


