ୟୁରୋକିଡସ୍ ପକ୍ଷରୁ ସ୍ପୋକେନ୍‌୍ ଇଂରାଜୀର ଶିକ୍ଷା

ଛତ୍ରପୁର (ଓ୍ବାଇଏନ୍ଏସ୍) : ଛତ୍ରପୁରର ଅଗ୍ରଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ୟୁରୋ କିଡସ୍ ପ୍ରି ସ୍କୁଲ ତରଫରୁ ଚତୁର୍ଥ ଶ୍ରେଣୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ବିକାଶ ଓ ଇଂରାଜୀ ଭାଷାର ଯୋଗାଯୋଗ ଦକ୍ଷତା ବିକାଶ ନିମନ୍ତେ ଏକ ସ୍ୱତନ୍ତ୍ର ଅନଲାଇନ୍ କ୍ଲାସ୍ ଶୁଭାରମ୍ଭ କରାଯାଇଛି । ପ୍ରତିବର୍ଷ ଏହି ଗ୍ରୀଷ୍ମ ଅବକାଶ ସମୟରେ ୟୁରୋ କିଡସ୍ ପ୍ରି ସ୍କୁଲ ପକ୍ଷରୁ ସ୍ୱତନ୍ତ୍ର କ୍ଲାସ୍ ‘ସମରକ୍ୟାମ୍ପ୍‌’ କରାଯାଉଅଛି । ତେବେ ଚଳିତ ବର୍ଷ କୋଭିଡ୍ -୧୯ କାରଣରୁ କଟକଣା ଥିବା ଯୋଗୁଁ ବିଦ୍ୟାଳୟ ସହ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଅନ୍ ଲାଇନ୍ ଶିକ୍ଷା ପ୍ରଦାନ କରାଯାଉଛି । ଚତୁର୍ଥ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଯେକୌଣସି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହାର ସୁବିଧା ପାଇପାରିବେ ବୋଲି ସ୍କୁଲ ପକ୍ଷରୁ ନିର୍ଦ୍ଦେଶକ ପି. ଅନୀଲ ରେଡ୍ଡି ସୂଚନା ଦେଇଛନ୍ତି । ଏହା ସହ ସ୍କୁଲ ପକ୍ଷରୁ ୟୁଏସ୍ ଏ (ଆମେରିକା)ର ଜଣେ ଦକ୍ଷତା ବିଶିଷ୍ଟ ବ୍ୟକ୍ତିତ୍ୱ ସବିତା ଭାସ୍କର୍ ପ୍ରତ୍ୟେକ ଦିନ ଅନ୍ ଲାଇନ୍ ମାଧ୍ୟମରେ ଯୋଡ଼ି ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅପରାହ୍ନ ୩ରୁ ୪ ଟା ପର୍ଯ୍ୟନ୍ତ ପ୍ରାୟ ଏକ ଘଂଟା ଧରି ବ୍ୟକ୍ତିତ୍ୱ ବିକାଶ ଓ ସ୍ପୋକେନ୍ ଇଂରାଜୀର ଶିକ୍ଷାଦାନ କରୁଛନ୍ତି । ଯେଉଁମାନେ ଏଥିରେ ଯୋଡ଼ି ହେବା ନିମନ୍ତେ ଚାହୁଁଛନ୍ତି ସେମାନେ ୟୁରୋ କିଡସ୍ ସ୍କୁଲର ମୋବାଇଲ୍ ନଂ- ୯୩୪୮୫୯୭୭୭୧ରେ ଯୋଗାଯୋଗ କରିବା ପାଇଁ ସ୍କୁଲ ପକ୍ଷରୁ ଅନୁରୋଧ କରାଯାଇଛି । ଏହା ସଂପୂର୍ଣ୍ଣ ମାଗଣାରେ ଶିକ୍ଷାଦାନ କରାଯିବ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ସ୍କୁଲ ପକ୍ଷରୁ କରୋନା ମହାମାରୀ ରୁ ଦୁରେଇ ରହିବା ନିମନ୍ତେ ଓ କିପରି ଲୋକମାନେ ସୁରକ୍ଷିତ ରହିବେ ସେଥି ନିମନ୍ତେ ଛତ୍ରପୁରର ଆଖପାଖ ଅଂଚଳରେ ମାସ୍କ ବଂଟନ କରିବା ସହ ସଚେତନା ନିମନ୍ତେ ଲିଫଲେଟ୍ ମଧ୍ୟ ପ୍ରଦାନ କରାଯାଇ ଲୋକଙ୍କୁ ଏହାର ବ୍ୟବହାର ନିମନ୍ତେ କୁହାଯାଇଥିଲା । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କରୋନା ସହାୟତା କୋଭିଡ୍‌-୧୯ ଫଣ୍ଡ୍ କୁ ଛତ୍ରପୁର ବିଇଓଙ୍କ ଜରିଆରେ ୩୫ ହଜାର ଟଙ୍କା ସହାୟତା ମଧ୍ୟ ପ୍ରଦାନ କରାଯାଇଛି । କରୋନା ଲକ୍ ଡ଼ାଉନ୍ ଯୋଗୁଁ ନିରାଶୟ, ଗରିବ ଶ୍ରେଣୀର ଲୋକମାନେ ଖାଇବାରୁ ବଂଚିତ ଥିବାରୁ ଏଥିରେ ମଧ୍ୟ ୟୁରୋକିଡସ ସାମିଲ୍ ହୋଇ ସହାୟତା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ