ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର : ରାଜ୍ୟରେ ପୁଣି ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୃଦ୍ଧି ହୋଇଛି। ଗଞ୍ଜାମ ଜିଲ୍ଲାର ୧୨, ସୁନ୍ଦରଗଡରେ ୧, କେନ୍ଦ୍ରାପଡାରେ ୧ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୧କୁ ବୃଦ୍ଧି ହୋଇଛି। ସେହିପରି ଗଞ୍ଜାମରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଥିବାବେଳେ କେନ୍ଦ୍ରାପଡାରେ ୯ ଓ ସୁନ୍ଦରଗଡ ୧୪କୁ ବୃଦ୍ଧି ହୋଇଛି। ସୂଚନାଯୋଗ୍ୟ ଗତକାଲି ରାଜ୍ୟରେ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ଗତକାଲି ବୌଦ୍ଧ ଓ କନ୍ଧମାଳରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ କରୋନା ସଂକ୍ରମିତ ଜିଲ୍ଲା ଏବେ ୨୧କୁ ବୃଦ୍ଧି ହୋଇଛି ।