କରୋନା ଆକ୍ରାନ୍ତଙ୍କ ତଥ୍ୟ ଜାରି
ଭୁବନେଶ୍ବର : ବୁଧବାର ଚିହ୍ନଟ ୧୦୧ ଜଣଙ୍କ ତଥ୍ୟ ଜାରି କରିଛନ୍ତି ରାଜ୍ୟ ସରକାର। କ୍ବାରାଣ୍ଟାଇନ କେନ୍ଦ୍ରରୁ ୯୦, କଣ୍ଟେନମେଣ୍ଟ ଜୋନ୍ରୁ ୮ ଓ ଅନ୍ୟାନ୍ୟ ୩ ଜଣ ରହିଛନ୍ତି ବୋଲି ସୂଚନା ରହିଛି। ବାଲେଶ୍ବରର ୩୩ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ ସୁରତ୍ ଫେରନ୍ତା, ତିନି ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଦୁଇଜଣ ବେଙ୍ଗାଲୁରୁ ଫେରନ୍ତା, ତିନିଜଣ ଲୋକାଲ୍ ଥିବାବେଳେ ଜଣେ କଣ୍ଟେନମେଣ୍ଟ ଜୋନ୍ରୁ ବୋଲି ସୂଚନା ରହିଛି। ସୁନ୍ଦରଗଡରୁ ଚିହ୍ନଟ ୭ ପଜିଟିଭ୍ଙ୍କ ମଧ୍ୟରୁ ସମସତ ରାଉରକେଲା କଣ୍ଟେନମେଣ୍ଟ ଜୋନ୍ର ବୋଲି ଜଣାପଡିଛି। ଯାଜପୁରରୁ ୭ ପଜିଟିଭ୍ ମଧ୍ୟରୁ ୫ ପଶ୍ଚିମବଙ୍ଗ ଫେରନ୍ତା ଥିବାବେଳେ ଦୁଇ ମହାରାଷ୍ଟ୍ର ଫେରନ୍ତା ରହିଛନ୍ତି। ଯାଜପୁରରୁ ଅନ୍ୟ ଜଣେ ପଜିଟିଭ୍ କ୍ବାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୫୨ ଓ କେନ୍ଦୁଝରରୁ ୨ ଜଣ ଚିହ୍ନଟ ହୋଇଛନ୍ତି।


