ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ମୁଗୁପୁର ପରିସରରେ ଆଞ୍ଚଳିକ ସାଧନ କେନ୍ଦ୍ର, ମୁଗୁପୁର ପକ୍ଷରୁ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ମହୋତ୍ସବର ପ୍ରସଙ୍ଗ ‘ସମୃଦ୍ଧ ଭାଷା : ସମୃଦ୍ଧ ଓଡ଼ିଶା’ ରହିଥିଲା। ମୁଗୁପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଗୟାଧର ବଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମହୋତ୍ସବରେ ପଞ୍ଚୁଗୋଛିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ଦିନେଶ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଉପସଚିବ, ଭାରତ ସରକାର ଶ୍ରୀଯୁକ୍ତ ଆନନ୍ଦ ଚନ୍ଦ୍ର ଓଝା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସେହିପରି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମକରଧ୍ୱଜ ଓଝା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦାମୋଦର ଜେନା ଏବଂ ଆଲୁମିନି କମିଟିର ସଦସ୍ୟ ସୁକାନ୍ତ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ସିଆରସିସି ଆକାଶ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମହୋତ୍ସବର ଆୟୋଜନ କରାଯାଇଥିଲା। ବରିଷ୍ଠ ଶିକ୍ଷକ ଅନ୍ତର୍ଯ୍ୟାମୀ ବିଶ୍ୱାଳ ଏବଂ ପ୍ରଧାନଶିକ୍ଷୟିତ୍ରୀ ବନଲତା ପାତ୍ର ମଞ୍ଚ ସଂଯୋଜନା କରିଥିଲେ। ଏହି ମହୋତ୍ସବରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜ ନିଜର ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିବା ସହିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହିପରି କାର୍ଯ୍ୟକ୍ରମ ଶିଶୁମାନଙ୍କ ମଧ୍ୟରେ ସୃଜନଶୀଳତା, ଆତ୍ମବିଶ୍ୱାସ ଓ ପ୍ରତିଯୋଗିତାମୂଳକ ମନୋଭାବର ବିକାଶ କରିବା ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ସମୃଦ୍ଧି ପାଇଁ ପ୍ରେରଣା ଯୋଗାଇବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏଥିରେ ବିତର୍କ, ପ୍ରବନ୍ଧ ରଚନା, ସଙ୍ଗୀତ, ସୃଜନଶୀଳ ଲିଖନ, କୁଇଜ୍, ଶ୍ରୁତଲିଖନ ଓ ସୁନ୍ଦର ହସ୍ତାକ୍ଷର, ବକ୍ତୃତା, ଚିତ୍ରାଙ୍କନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାଗୁଡ଼ିକରେ କୃତିତ୍ୱ ଅର୍ଜନ କରିଥିବା ଦିବ୍ୟାଶା ଓଝା, ଅଂଶୁମାନ ନାୟକ, ଅରବିନ୍ଦ ଓଝା, ବିକାଶ ପଣ୍ଡା, ଦିବ୍ୟଜ୍ୟୋତି ସାହୁ, ଦିବ୍ୟରାଣୀ ଦାସ, ସନ୍ଧ୍ୟାରାଣୀ ଦଳେଇ, ରାମ ସାନ୍ତରା, ଚିନ୍ମୟୀ ଶତପଥୀ, ଶୁଭ୍ରାଂଶୁ କର, ସୁମନ ସୋନାଲିକା ନାୟକ, ସୁଭଶ୍ରୀ ବାରିକ, ଜ୍ୟୋତ୍ସ୍ନାରାଣୀ ବରାଳ, ଦୀପ୍ତିରେଖା ସାହୁ, ବିଷ୍ଣୁପ୍ରିୟା ଓଝା, ଶିବାନୀ ଦଳେଇ ଓ ଲକ୍ଷ୍ମୀପ୍ରିୟା ଦେହୁରୀ ପ୍ରମୁଖ ବ୍ଲକସ୍ତରୀୟ ‘ସୁରଭି-୨୦୨୬’ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି। ମୁଗୁପୁର କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ବନମାଳୀ ରାଉତ, ଅଭୟାନନ୍ଦ ବେହେରା, ନବଘନ ନାୟକ, ବିଷ୍ଣୁ ପ୍ରସାଦ ସାହୁ, ମଧୁସୂଦନ ଜେନା, ହରମୋହନ ମଲ୍ଲିକ, ମହେନ୍ଦ୍ର ସାନ୍ତରା ଏବଂ ବରିଷ୍ଠ ଶିକ୍ଷକ କେଶବ ଚନ୍ଦ୍ର ପଣ୍ଡାଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ମୁଗୁପୁର କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସକ୍ରିୟ ସହଯୋଗ କରିଥିଲେ।


