ଆମ ପୋଲିସ ସଭା ସମିିତି ସଭା ଅନୁଷ୍ଠିତ
ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବାରଟା ଗାଁ ରେ ଆଜି ଗାଙ୍ଗପୁର ଥାନା ଅଧିକାରୀଙ୍କ ତରଫରୁ ଆମପୋଲିସ ସମିତି ସଭା ଅନୁଷ୍ଠିତ ହୋଇଯାଇଛି ।ଏହି ସଭାରେ ମୁଖ୍ୟ ଅତିଥି ରୁପେ ଗାଙ୍ଗପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ସହିତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଦ୍ୟାଳୟ ଅଧକ୍ଷ ଅମୁଲ୍ୟ ଦାସ ସମାଜସେବୀ ତଥା ବରିଷ୍ଠ ଓକିଲ ସୀମାଞ୍ଚଳ ପୃଷ୍ଟି ,ବରିଷ୍ଠ ସାମ୍ବାଦିକ ସନ୍ତୋଷ ବିଷୋୟୀ , ଝରପାରି ପଂଚାୟତର ସରପଞ୍ଚ ଦିବାକର ଭୂୟାଁ ,ଅନ୍ୟାନ୍ୟ ବରିଷ୍ଠ ଅତିଥି ଏବଂ ଗ୍ରାମବାସୀ ମ।।ନେ ଯୋଗ ଦେଇ ଥିଲେ । ଏହି ସଭାର ମୁଖ୍ୟ ଉଦେଶ୍ୟଥିଲା କିପରି ଗାଁ ଗୁଡିକରେ ଗୁଣି ଗାରେଡି ଜନିତ ଅନ୍ଧବିଶ୍ୱାସକୁ ରୋକି ପାରିବା ଅପରାଧିକୁ ରୋକିବା , ନାରୀ ମାନଙ୍କୁ ସମ୍ମାନ ଦେବା , ନିଶା ଦ୍ୱବ୍ୟ ସେବନରୁ ବଞ୍ଚିତ ହେବା ସହ କିପରି ସମାଜର ଉନ୍ନତି କରିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସେହି ଉପରେ ଆଲୋକପାତ ହୋଇଥିଲା ।