ଜାମଦା ବ୍ଲକ ବିଜେଡି ତରଫରୁ ୩୦ୟୁନିଟ ରକ୍ତ ସଂଗ୍ରହ
ରାଇରଙ୍ଗପୁର, (ୱାଇଏନ୍ଏସ୍):’କରୋନା’ ପାଇଁ ଲକ୍ ଡାଉନ୍ ଜାରି ରହିଛି । ଅପରପକ୍ଷରେ ପ୍ରବଳ ଗ୍ରୀଷ୍ମ ଋତୁ । ଏହିଭଳି ପରିସ୍ଥିତିରେ ବିଭିନ୍ନ ଡାକ୍ତରଖାନାର ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଦେଇଛି ଯାହାଫଳରେ ରକ୍ତ ଅଭାବପାଇଁ ରୋଗୀମାନେ ଡ଼ହଳ ବିକଳ ହେଉଛନ୍ତି ।କେହି ରୋଗୀ ଯେପରି ରକ୍ତ ଟୋପାଏ ପାଇଁ ହଇରାଣ ନ ହୁଅନ୍ତି ବୋଲି ବିଜେଡି କର୍ମିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଏବଂ ମୟୂରଭଂଜ ଜିଲ୍ଲାର ବିଜେଡି ପକ୍ଷରୁ ପ୍ରଭାରୀ ପ୍ରଣବ ପ୍ରକାଶ ଦାସ ଏବଂ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଜେଡି ପର୍ଯ୍ୟବେକ୍ଷକ ଧାମନଗର ନିର୍ବାଚନମଣ୍ଡଳୀ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଆହ୍ୱାନ କ୍ରମେ ମୟୂରଭଂଜ ଜିଲ୍ଲାର ଜାମଦା ବ୍ଲକ ବିଜେଡିର ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ବରିଷ୍ଠ ବିଜେଡି ନେତା ସୁବାଷ ମଣ୍ଡଳଙ୍କ ନେତୃତ୍ବରେ ଗୁରୁବାର ଦିନ ଜାମଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଏଥିରେ ମୟୂରଭଂଜ ଜିଲ୍ଲାର ସଦର ବିଜେଡି ସଭାପତି କାଶୀନାଥ ହେମ୍ବ୍ରମ ପିତା କାଟି ଶୁଭାରମ୍ଭ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।ଏଥିରେ ୩୦ ଜଣ ସ୍ବେଚ୍ଛାସେବୀ ରକ୍ତଦାନ କରି ନିଜକୁ ଭାଗ୍ୟବାନ ମଣିଥିଲେ । କାର୍ଯ୍ୟକ୍ରମରେ ସମାଜସେବୀ ଦିପ୍ତୀମାନ ବଳ,ବିଜେଡି ଯୁବ ନେତା ଗଣେଶ୍ୱର ମିଶ୍ର, ଜାମଦା ବ୍ଲକ ବିଜେଡିର ଅଜୟ ପ୍ରଧାନ, ମନୋଜ ଦାସ, ବାବୁଲା ବେହେରା,ଦୁର୍ଗା ହେମ୍ବ୍ରମ,ଜାମଦା ବ୍ଲକ ଯୁବ ବିଜେଡ଼ି ନେତା ବିଜୟାନନ୍ଦ ମଣ୍ଡଳ, ରାଇରଙ୍ଗପୁର ହସ୍ପିଟାଲର ରକ୍ତଭଣ୍ଡାର କର୍ମଚାରୀ ଡାକ୍ତର ରାଜଶ୍ରୀ ମହାନ୍ତ, ବୈକୁଣ୍ଠନାଥ ସାଲ, ଜଳେନ୍ଦ୍ରନାଥ ରଣା, ଦେବବ୍ରତ ଗିରି,, ଜୟନ୍ତ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।