ଦାରିଙ୍ଗବାଡ଼ିକୁ ଫେରିଲେ ୨୯ ପ୍ରବାସୀ: ସମସ୍ତଙ୍କ ସ୍ୱାବ ସଂଗ୍ରହ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକକୁ ବୁଧବାର ବିଳମ୍ବିତ ରାତିରେ ୨୯ ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି। ସ୍ଥାନୀୟ ବିଡିଓ ଡ.ଜଗଦିଶ ଷଡ଼ଙ୍ଗୀ, ତହସିଲଦାର ନିତିଶ କୁମାର ତ୍ରିପାଠୀ, ଆଇଆଇସି କୌଶିକ ମାଝୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଆମ୍ବେଦକର ମହାବିଦ୍ୟାଳୟର ଛାତ୍ରାବାସରେ କରାଯାଇଥିବା ସଂଘରୋଧ ଗୃହରେ ରଖିଛନ୍ତି। ସମସ୍ତ ପ୍ରବାସୀଙ୍କ ଘର କନ୍ଧମାଳ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳର ବୋଲି ଜଣାପଡ଼ିଛି। ବିଭିନ୍ନ ରାଜ୍ୟରୁ ଉକ୍ତ ପ୍ରବାସୀମାନେ ଫେରିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ସମସ୍ତ ପ୍ରବାସୀଙ୍କ ସ୍ୱାବ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପ୍ରଶାସକ ଡାକ୍ତର ବଂଶୀଧର ପାତ୍ର କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ