ଛତ୍ରପୁରରେ ଆମ ପୁଲିସ ସମିତିର ସ୍ୱତନ୍ତ୍ର ଅଧିବେଶନ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ): ଛତ୍ରପୁର ବ୍ଲକ ପୋଟଲାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଛତ୍ରପୁର ଥାନା ଆମପୁଲିସ ସମିତିର ଏକ ସ୍ୱତନ୍ତ୍ର ଅଧିବେଶନ ଥାନାଧିକାରୀ ପିୟସ ରଂଜନ ଛୋଟରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଛତ୍ରପୁର ଏସଡିପିଓ ଉକ୍ରଳ କେଶରୀ ଦାସ ଯୋଗ ଦେଇ ଆମ ପୁଲିସ ସମିତିର କାର୍ଯ୍ୟପନ୍ଥା ଉପରେ କହିଥିଲେ । ଗୁଣିଗାରେଡ଼ି, ଅନ୍ଧବିଶ୍ୱାସକୁ ପ୍ରତ୍ୟାହାର କରିବା, ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା ସହ ସୁରକ୍ଷା ଓ ସମ୍ମାନ ଦେବା, ଗାଡ଼ି ଚାଳନାବେଳେ ହେଲମେଟ ବ୍ୟବହାର କରିବା, ନାବାଳକ, ନାବାଳିକାମାନଙ୍କୁ ଗାଡ଼ି ଚାଳନାରୁ ଦୂରେଇ ରଖିବା, ବ୍ୟାଙ୍କରେ ଟଙ୍କା ଉଠାଇଲାବେଳେ ସତର୍କତା ଅବଲମ୍ବନ କରିବା, ସହ ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକ ଉପରେ ସଚେତନତା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୋଟଲାମପୁର ସରପଂଚ ସୁବାଶିନୀ ବାରିକ, ଛତ୍ରପୁର ଥାନାର ସେକେଣ୍ଡ ଅଫିସର ଭାଗ୍ୟଶ୍ରୀ ସ୍ୱାଇଁ, ଆମ ପୁଲିସ ସମିତିର ସଭ୍ୟ ଶମ୍ଭୁନାଥ ସ୍ୱାଇଁ, ମହିଳା ଗୋଷ୍ଠୀ ସଂଘର ସଭାପତି ଝୁମୁରି ରାଉତଙ୍କ ସମେତ ଗ୍ରାମର ଯୁବକ ସଂଘ, ଅଙ୍ଗନବାଡ଼ି କର୍ମୀ, ଆଶା ଦିଦି, ମହିଳା ସ୍ୱୟଂସହାୟିକା ଗୋଷ୍ଠୀର ମା ମାନେ ଯୋଗ ଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ