ରାଜଧାନୀରେ ‘ଅମ୍ଫାନ୍’ର ଝଲକ୍‌

ଭୁବନେଶ୍ବର : ରାଜଧାନୀରେ ସକାଳୁ ସକାଳୁ ‘ଅମ୍ଫାନ୍’ର ଝଲକ୍‌ ଦେଖିବାକୁ ମିଳିଛି। ଉପକୂଳବର୍ତ୍ତୀ ଜିଲ୍ଲାରେ ଏହି ମହାବାତ୍ୟାର ପ୍ରଭାବ ଅନୁଭୂତ ହେଲାଣି। ଭୁବନେଶ୍ବର ସମେତ ଜଗତସିଂହପୁର, ବାଲେଶ୍ବର, ଭଦ୍ରକ, ଚାନ୍ଦବାଲି, ପାରାଦ୍ବୀପ, ପୁରୀ ପ୍ରଭୃତି ସହରରେ ଝିପିଝିପ ବର୍ଷା ହେଉଛି। ଏଥିସହିତ ଧାରାବାହିକ ଭାବେ ହାଲକା ହାଲକା ପବନ ପ୍ରବାହିତ ହେବାରେ ଲାଗିଛି। ସେହିପରି ଭୁବନେଶ୍ବରରେ ବର୍ତ୍ତମାନ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ଭୁବନେଶ୍ବରରେ ଆଜି ସକାଳୁ ପାଗ ମେଘୁଆ ରହିଥିଲା। ମଝିରେ ମଝିରେ ଝିପିଝିପି ବର୍ଷା ମଧ୍ୟ ହେଉଛି। ତେବେ ରାଜଧାନୀରେ ବର୍ତ୍ତମାନ ପବନ ପ୍ରଭାବ ଆରମ୍ଭ ହୋଇଯାଇଛି। ଅମ୍ଫାନ୍‌ ସିଧାସଳଖ ଓଡ଼ିଶାରେ ମାଡ ହେଉନଥିଲେ ବି ଉପକୂଳବର୍ତ୍ତୀ ୧୨ଟି ଜିଲ୍ଲା ଉପରେ ଏହାର ପ୍ରଭାବ ରହିବ । ସବୁଠୁ ଅଧିକ ପ୍ରଭାବ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ରହିବ । ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ସର୍ବାଧିକ ୧୩୫ କିଲୋମିଟର ଯାଏ ରହିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ତ୍ତମାନ ଅମ୍ଫାନ ଏବେ ପାରାଦୀପଠାରୁ ୫୭୦ କି.ମି ଦୂରରେ ରହିଥିବାବେଳ ପଶ୍ଚିମବଙ୍ଗ ଦୀଘାଠାରୁ ୭୨୦ କି.ମି ଦୂରରେ ରହିଛି । ‘ଅମ୍ଫାନ୍‌’ ଅତି ଭୀଷଣ ରୂପ ନେଇ ଉତ୍ତର ଉତ୍ତରପୂର୍ବ ଦିଗକୁ ମୁହାଁଇବ ବୋଲି ସୂଚନା ରହିଛି । କାଲି ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡ ଫଲ୍‌ କରିବ ‘ଅମ୍ଫାନ୍‌’ । ଦୀଘା- ହାତିଆ ମଝିରେ ସୁନ୍ଦରବନ ପାଖରେ ଲ୍ୟାଣ୍ଡଫଲ୍‌ କରିପାରେ ‘ଅମ୍ଫାନ୍‌’ । ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ୧୬୫ରୁ ୧୭୫ କି.ମି ରହିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ