କରଣ ଏକତା ମଂଚ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ ପ୍ରଦାନ
ନାଉଗାଁ , (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ବଛାଳୋ ପଂଚାୟତ ପୋକାମୂଳ ଓ ବ୍ରାହ୍ମଣୀଗାଁ ରେ ଥିବା ବନ୍ୟା ପ୍ରପିଡିତ ଜନସାଧାରଣଙ୍କ ନିକଟରେ ମଙ୍ଗଳବାର କରଣ ଏକତା ମଂଚର ସଦସ୍ୟମାନେ ପହଁଚି ରିଲିଫ ବଣ୍ଟନ କରିଥିଲେ।ଉକ୍ତ ଅଂଚଳ ତଳିଆ ଅଂଚଳ ହୋଇଥିବାରୁ ଦେବୀନଦୀରେ ବନ୍ୟା ପାଣି ଆସିଲେ ଏହି ସ୍ଥାନ ଗୁଡିକ ବୁଡିଯାଏ । ଜିଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ପ୍ରାୟ ୪୦ଟି ପରିବାରର ଜନସାଧାରଣଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଏହି ପରିବାରକୁ ମଂଚ ପକ୍ଷରୁ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମଂଚ ପକ୍ଷରୁ ସୁକାନ୍ତ ଦାସ, ଶୁଭେନ୍ଦୁ ପଟ୍ଟନାୟକ, ବ୍ୟୋମକେଶ କାନୁନଗୋ, ବିଜୟ ଦାସ, ନିରୁପମା ମହାନ୍ତି, ପ୍ରିୟଦର୍ଶିନୀ ପରିଡା, ଶେଷ ଲେଖ ମହାନ୍ତି, ଲିପୁ ପଟ୍ଟନାୟକ, ରଂଜିତ ଦାସ, ସମିତି ସଭ୍ୟ ଚନ୍ଦନ ଲେଙ୍କା ପ୍ରମୁଖ ପରିଚାଳନା କରିଥିଲେ ।


