ସଂସଦରେ ଉଠିଲା ଭୁବନେଶ୍ୱର ୱାଟର ମ୍ୟାନେଜେମେଣ୍ଟ ପ୍ରସଙ୍ଗ

ଦେଶର ୧ନଂ ସ୍ମାର୍ଟ ସିଟି ର ମାନ୍ୟତା ପାଇଥିବା ଭୁବନେଶ୍ୱର ୱାଟର ଲଗିଙ୍ଗି ପ୍ରସଙ୍ଗ ଉଠିଲା ଲୋକସଭାରେ । ଅନ୍ନୁନତ ଅଞ୍ଚଳ ପରି ରାଜଧାନୀ ରାଜ ରାସ୍ତାରେ କୃତ୍ରିମ ବନ୍ୟା ସୃଷ୍ଟି କରୁଛି । ଡ୍ରେନ ପାଣି ରାସ୍ତା ରେ ଲହରୀ ମାରୁଛି ବର୍ଷା ହେବା ମାତ୍ରେ ରାସ୍ତା ଘାଟ ସୁନସାନ ହୋଇଯାଉଛି । ରାଜଧାନୀ ର ଜଳବନ୍ଦୀ ସମସ୍ୟା କିଛି ନୂଆ କଥା ନୂହେଁ । ଡ୍ରେନେଜ ସମସ୍ୟା ଯୋଗୁଁ ଜଳ ନିୟନ୍ତ୍ରଣ ହୋଇପାରୁନି । ବାରମ୍ବାର ପ୍ରଶାସନ ନିକଟରେ ସାଧାରଣ ଲୋକ ଅଭିିଯୋଗ କଲେ ମଧ୍ୟ ତାର ସ୍ଥାୟୀ ସମସ୍ୟା ର ସମାଧାନ ହୋଇପାରୁ ନାହିଁ । ଏହି ଭଳି ଭାବେ ଅନେକ ପ୍ରସଙ୍ଗ କୁ ନେଇ ପୂର୍ବତନ ବିଏମସି ର କମିଶନର ତଥା ଭୁବନେଶ୍ୱର ର ନବ ନିର୍ବାଚିତ ସାଂସଦ ଅପରାଜିତା ଷଡଙ୍ଗୀ ଭୁବନେଶ୍ୱର ବାସୀ ଙ୍କ କଥା ସଂସଦରେ ଉପସ୍ଥାପନା କରିଛନ୍ତି । ଏ ଦିଗରେ କେନ୍ଦ୍ରସରକାର ଯଦି ଦୃଢ ପଦକ୍ଷପ ନିଅନ୍ତେ ତାହା ହେଲେ ଭୁବନେଶ୍ୱର ବାସୀ ଙ୍କ ସବୁ ଦିନର ଦୁଃଖ ଲାଘବ ହୋଇଥାନ୍ତା ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ