ସୁରତବରୁ ବୁଗୁଡ଼ା ମୋଟର ସାଇକେଲରେ ୯ପ୍ରବାସୀ ଶ୍ରମିକ

ବୁଗୁଡା (ଅନିଲ କୁମାର ମହାରଣା) : ସୁରାଟରୁ ୧୫ ତାରିଖ ଦିନ ବାଇକରେ ବାହାରି ୯ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ମଙ୍ଗଳବାର ଦିନ ବୁଗୁଡ଼ାରେ ପହଁଞ୍ଚିଥିଲେ। ଚାରି ଦିନର ଯାତ୍ରା ପରେ ନିଜ ବ୍ଲକରେ ପହଞ୍ଚି ଶ୍ରମିକଙ୍କ ମୁଖରେ ଖୁସିର ହସ ଦେଖିବାକୁ ମିଳିଥିଲା। ପହଞ୍ଚିବା ପରେ ପ୍ରଶାସନଙ୍କ ନିର୍ଦ୍ଦେଶ ପ୍ରକାରେ ମାଣିତରା ପଞ୍ଚାୟତର ଭୋଗଡା ସ୍କୁଲ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିଲେ। ଏଥି ସହ ସେହି କେନ୍ଦ୍ରରେ ମହାରାଷ୍ଟ୍ର ୨, ତାମିଲନାଡୁ ଓ କେରଲରୁ ଜଣେ ଲେଖାଏଁ ମିଶି ମୋଟ ୧୩ ଜଣ ରହିଥିବା ବେଳେ ସେହି ପଞ୍ଚାୟତର ତାମ୍ବିରି ସ୍କୁଲ କେନ୍ଦ୍ରରେ କେରଳରୁ ୧୦ ଜଣ ଓ ପଶ୍ଚିମ ବଙ୍ଗରୁ ଜଣେ ଏହିପରି ୧୧ ଜଣ ରହିଛନ୍ତି। ମାଣିତରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ ଓ ଟେକିନିସିଆ କାଳୀ ପ୍ରସାଦ ସାହୁ ଉଭୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ୨୪ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଅଙ୍ଗନବାଡି କର୍ମୀ,ଓ ଆଶା କର୍ମୀ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ