ଅସହାୟ ପ୍ରବାସୀଙ୍କୁ ଖାଦ୍ୟଶସ୍ୟ ବଣ୍ଟନ ପାଇଁ ‘ଆତ୍ମନିର୍ଭର ଭାରତ’ ପ୍ୟାକେଜ

ନୂଆଦିଲ୍ଲୀ : କେନ୍ଦ୍ରୀୟ ପୁଲରୁ ପ୍ରାୟ ୮ କୋଟି ପ୍ରବାସୀ/ଅସହାୟଙ୍କୁ ମାସକୁ ୫ କିଲୋଗ୍ରାମ ଲେଖାଏଁ ଦୁଇମାସ ଲାଗି (ମେ’ ଏବଂ ଜୁନ, ୨୦୨୦) ମାଗଣାରେ ଖାଦ୍ୟ ସାମଗ୍ରୀ ପିଛିଲା ଭାବେ ବଣ୍ଟନ କରାଯିବ । ଏହି ପ୍ରସ୍ତାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଅନୁମୋଦିତ ହୋଇଛି । ଖାଦ୍ୟ ସବସିଡି ବାବଦରେ ପ୍ରାୟ ୨,୯୮୨.୨୭ କୋଟି ଟଙ୍କା ଖର୍ଚ୍ଚ ହେବ । ଆହୁରି ମଧ୍ୟ ଆନ୍ତଃରାଜ୍ୟ ପରିବହନ ଏବଂ ପରିଚାଳନା ଖର୍ଚ୍ଚ ଏବଂ ଡିଲର ମାର୍ଜିନ/ଅତିରିକ୍ତ ଡିଲର ମାର୍ଜିନ ପାଇଁ ଖର୍ଚ୍ଚ ପ୍ରାୟ ୧୨୭.୨୫ କୋଟି ହେବ ଯାହା କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରୂପେ ବହନ କରିବେ । ସେହି ଅନୁଯାୟୀ, ଭାରତ ସରକାରଙ୍କ ମୋଟ ସବସିଡି ପ୍ରାୟ ୩,୧୦୯.୫୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । କୋଭିଡ-୧୯ ଯୋଗୁଁ ସୃଷ୍ଟି ହୋଇଥିବା ଆର୍ଥିକ ଅସୁବିଧା ଦୃଷ୍ଟିରୁ ପ୍ରବାସୀ/ଅସହାୟ ପ୍ରବାସୀଙ୍କ ଦ୍ଵାରା ସମ୍ମୁଖୀନ ହେଉଥିବା ଦୁଃଖ କଷ୍ଟକୁ ଲାଘବ କରିବା ଲାଗି ଏହି ଆବଣ୍ଟନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ