ପ୍ରଧାନମନ୍ତ୍ରୀ ବୟୋ ବନ୍ଦନା ଯୋଜନା”ର ମିଆଦ ବୃଦ୍ଧି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବରିଷ୍ଠ ନାଗରିକଙ୍କ ନିରାପତ୍ତା ଓ କଲ୍ୟାଣ ପାଇଁ କେତେକ ଯୋଜନାକୁ ମଞ୍ଜୁର ପ୍ରଦାନ କରିଛନ୍ତି । (କ) ୩୧ ମାର୍ଚ୍ଚ ୨୦୨୦ ପର‌୍ୟ୍ୟନ୍ତ ଥିବା ପ୍ରଧାନମନ୍ତ୍ରୀ ବୟୋ ବନ୍ଦନା ଯୋଜନାର ଅବଧିକୁ ଆଉ ୩ ବର୍ଷ ବୃଦ୍ଧି କରାଯାଇ ୩୧ ମାର୍ଚ୍ଚ ୨୦୨୩ ପର‌୍ୟ୍ୟନ୍ତ କରାଯାଇଛି । (ଖ) ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବାର୍ଷିକ ସୁଧା ହାର ସେହି ୭.୪୦ ରହିବା ବେଳେ ଏହାର ସୁଧ ହାର ପରବର୍ତ୍ତୀ ବର୍ଷଠାରୁ ପ୍ରତି ବର୍ଷ ପରିବର୍ତ୍ତନ କରାଯିବ । (ଗ) ପ୍ରତିଶ୍ରୁତିବଦ୍ଧ ସୁଧା ହାର ପ୍ରତି ଆର୍ଥିକ ବର୍ଷର ଏପ୍ରିଲ ପହିଲାରୁ ଲାଗୁ ହେବ । ତେବେ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ନିମନ୍ତେ ସଂଶୋଧିତ ସୁଧ ହାରର ସିଲିଂ ୭.୭୫କୁ ବର୍ଷର ଯେକୌଣସି ସମୟରେ ସମୀକ୍ଷା କରାଯିବ । (ଘ) ଏଲଆଇସି ବଜାର ଦର ହାର ଏବଂ ଏହି ଯୋଜନା ଅଧୀନରେ ରିଟର୍ଣ୍ଣର ସୁନିଶ୍ଚିତ ହାର ମଧ୍ୟରେ ପାର୍ଥକ୍ୟକୁ ବିଚାରକୁ ନେଇ ଅନୁମୋଦନ ଦିଆଯିବ । (ଉଁ) କ୍ୟାପିଂ ପରିଚାଳନା ଖର୍ଚ୍ଚ ବାର୍ଷିକ ୦.୫% ଯୋଜନାର ପ୍ରଥମ ବର୍ଷ ପାଇଁ ଯୋଜନା ପାଣ୍ଠିର ନୂତନ ନୀତି ସମ୍ବନ୍ଧରେ ଏବଂ ତା’ପରେ ଦ୍ଵିତୀୟ ବର୍ଷଠାରୁ ବାର୍ଷିକ ୦.୩% ପରବର୍ତ୍ତୀ ୯ ବର୍ଷ ପାଇଁ । (ଚ) ପ୍ରତି ଆର୍ଥିକ ବର୍ଷ ଆରମ୍ଭରେ ବାର୍ଷିକ ସ୍ଥିରୀକୃତି ରିଟର୍ଣ୍ଣ ନିର୍ଦ୍ଧାରଣ ପାଇଁ ଅର୍ଥମନ୍ତ୍ରୀଙ୍କୁ ଅଧିକାର ପ୍ରଦାନ । (ଛ) ଯୋଜନାର ଅନ୍ୟ ସମସ୍ତ ସର୍ତ୍ତାବଳୀ ଏବଂ ସର୍ତ୍ତଗୁଡିକ ଅପରିବର୍ତ୍ତିତ ରହିବ । ବାର୍ଷିକ ୧୨,୦୦୦ ଟଙ୍କା ପର‌୍ୟ୍ୟନ୍ତ ପେନସନ ପାଇବା ପାଇଁ ସର୍ବନିମ୍ନ ବିନିଯୋଗ ରାଶିର ସଂଶୋଧନ କରାଯାଇ ୧,୫୬,୬୫୮ ଟଙ୍କା କରାଯାଇଥିବା ବେଳେ ଏହି ଯୋଜନାରେ ମାସିକ ୧,୦୦୦ ଟଙ୍କା ପେନସନ ପାଇବା ପାଇଁ ବାର୍ଷିକ ୧,୬୨,୧୬୨ ଟଙ୍କାକୁ ବୃଦ୍ଧି କରାଯାଇଛି । ଆର୍ଥିକ ପ୍ରଭାବ: ସରକାରଙ୍କ ଆର୍ଥିକ ବୋଝ ଏଲଆଇସିର ବଜାର ରିଟର୍ଣ୍ଣ ଏବଂ ସୁନିଶ୍ଚିତ ରିଟର୍ଣ୍ଣ ମଧ୍ୟରେ ପାର୍ଥକ୍ୟ ଉପରେ ନିରବରଶୀଳ ହେଉଥିବା ବେଳେ ୨୦୨୦-୨୧ ବର୍ଷ ପାଇଁ ବାର୍ଷିକ ୭.୪୦% ଏବଂ ତା’ପରେ ପ୍ରତିବର୍ଷ ଏସସିଏସଏସ ଦ୍ଵାରା ନିର୍ଦ୍ଧାରିତ ନୀତି ଅନୁସାରେ କରାଯିବ । ଏହି ଯୋଜନାର ପରିଚାଳନାଗତ ବ୍ୟୟ ପ୍ରଥମ ବର୍ଷ ନିମନ୍ତେ ସମ୍ପତ୍ତିର ୦.୫% ଏବଂ ଦ୍ଵିତୀୟ ବର୍ଷଠାରୁ ପରବର୍ତ୍ତୀ ୯ ବର୍ଷ ପର‌୍ୟ୍ୟନ୍ତ ୦.୩% । ଆର୍ଥିକ ବୋଝ ୨୦୨୩-୨୪ ବର୍ଷ ପର‌୍ୟ୍ୟନ୍ତ ୮୨୯ କୋଟି ଟଙ୍କା ଦର୍ଶାଯାଇଥିବା ବେଳେ ୨୦୩୨-୩୩ ବର୍ଷ ବେଳକୁ ଏହା ୨୬୪ କୋଟି ଟଙ୍କାରେ ପହଞ୍ଚିବ । ଯୋଜନା ଯୋଗୁଁ ସବସିଡ ବାବଦ ଆର୍ଥିକ ବୋଝ ବର୍ଷକୁ ୬୧୪ କୋଟି ଟଙ୍କା ହେବାର ଅନୁମାନ କରାଯାଉଛି ।ବରିଷ୍ଠ ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ ବୟୋ ବନ୍ଦନା ଯୋଜନା ଏକ ସାମାଜିକ ନିରାପତ୍ତା ଯୋଜନା ଯାହାକି ସୁନିଶ୍ଚିତ ସର୍ବନିମ୍ନ ପେନସନ ଦେୟ ମୁତାବକ ପ୍ରଦାନ କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ