ପଚାଶ ଲକ୍ଷ ଡେଇଁଲା କରୋନା ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ : ଚୀନ୍‌ରୁ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭାଇରସ କବଳରେ ଏବେ ସାରା ବିଶ୍ବ । ବିଶ୍ବର ୨୧୩ଟି ଦେଶ ଏବେ ଏହି ମହାମାରୀ କବଳରେ ପଡିଛନ୍ତି । ସାରା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ପାର୍‌ କରିସାରିଥିବାବେଳେ ମୃତ୍ୟୁ ସଂଖ୍ୟା ୩, ୨୯, ୭୩୧ରେ ପହଞ୍ଚିଛି । ବିଶ୍ବର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ରୁଷ୍‌ ଏହି ମହାମାରୀ ଦ୍ବାରା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫,୯୧,୯୯୧ ରହିଥିବାବେଳେ ମୃତ୍ୟୁ ସଂଖ୍ୟା ୯୪ ହଜାର ୯୯୪ରେ ପହଞ୍ଚିଛି । ସେହିପରି ରୁଷ୍‌ରେ ୩,୦୮,୭୦୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୨,୯୭୨ରେ ପହଞ୍ଚିଛି । କରୋନା ମୃତ୍ୟୁ ସଂଖ୍ୟାରେ ଆମେରିକା ପ୍ରଥମ ଥିବାବେଳେ ଦ୍ବିତୀୟରେ ୟୁକେ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ