ଲୋକନାଟ୍ୟ ନିର୍ଦ୍ଦେଶକ ସଂଘ ପକ୍ଷରୁ ସରକାରୀ ସହାୟତା ଦାବି

ବ୍ରହ୍ମପୁର, (ୱାଇଏନ୍‌ଏସ୍ ); ସ୍ଥାନୀୟ ମା’ କୁରେଇଶୁଣୀ ଲୋକନାଟ୍ୟ ନିର୍ଦ୍ଦେଶକ ସଂଘ ପକ୍ଷରୁ ଉପଦେଷ୍ଟା ଡା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ମୋବାଇଲ୍ କନ୍‌ଫରେନସିଂ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ଅନ୍ୟତମ ଉପଦେଷ୍ଟା ସୁବାସ ଚନ୍ଦ୍ର ସାହୁ (ରୋଶନ) ସାମାଜିକ ଗଣମାଧ୍ୟମର ଗୋଷ୍ଠୀ ସଂଯୋଗୀକରଣରେ ଅନୁଷ୍ଠିତ ବୈଠକକୁ ସ୍ୱାଗତିବା ଭିତରେ ବିଶ୍ୱତ୍ରାସୀ କରୋନା ଭୂତାଣୁ ସଂକ୍ରମଣ ହେତୁ ଦେଶବ୍ୟାପୀ ଚାଲିଥିବା ଲକ୍‌ଡ଼ାଉନ୍ ବ୍ୟବସ୍ଥା ଏବଂ କରୋନା ସଂକ୍ରମଣରୁ ବର୍ତ୍ତିବା ନିମନ୍ତେ ପ୍ରଶାସନର ନିର୍ଦ୍ଦେଶାତ୍ମକ କଟକଣା ଭିତରେ ପେଶାଦାର କଳାକାର ସମାଜର ଅବସ୍ଥା ଅତୀବ ଶୋଚନୀୟ ହୋଇପଡିଛି । ବୋଲି ସୂଚନା ଦେବା ସହ ତାହାର ପ୍ରତିକାର ସମ୍ପର୍କରେ ସଭିଙ୍କୁ ଚିନ୍ତା କରିବା ନିମନ୍ତେ ଆହ୍ନାନ ଦେଇଥିଲେ । ଏହି ଅବସରରେ ନାଟ୍ୟକାର ଯୁଦ୍ଧିଷ୍ଠୀର ଭଞ୍ଜସାମନ୍ତ, ପ୍ରାକ୍ତନ ସଭାପତି ଉଦୟନାଥ ମହାରଣା, ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଦାମୋଦର ବାଡ଼ତ୍ୟା, ସୁଦାମ ପ୍ରଧାନ, ଧର୍ମରାଜ ସ୍ୱାଇଁ, ସଂଗୀତ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି କରୋନା ମାଡ଼ କେବଳ ଯେ ନିର୍ଦ୍ଦେଶକ, ବରଂ କଳାକୁ ପାଥେୟ କରି ଜୀବନ ବଞ୍ଚୁଥିବା କଳାକାର, ଚିତ୍ରାଳୟ ସଂସ୍ଥା, ମେକ୍‌ଅପ୍ ମ୍ୟାନ୍‌, ଶଦ୍ଦାଲୋକ କାରିଗର, ବାଜାବାଲା, ନାଚବାଲା, ଗୀତବାଲା, ଷ୍ଟେଜ୍‌କ୍ରାଫ୍ଟବାଲା ସଭିଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଥିବା କଥା ସୂଚୀତ କରିଥିଲେ । ସର୍ବଶ୍ରୀ ଗୋପାଳ ସେଠୀ, ସକଳେଶ୍ୱର ରାଉଳ, ବିନୟ ପ୍ରଧାନ, ସୀମାଞ୍ଚଳ ଦାଶ, ବନଜ କୁମାର ସାହୁ, ସୀମାଞ୍ଚଳ ବାଡ଼ତ୍ୟା, ଦୁର୍ଯ୍ୟୋଧନ ପ୍ରଧାନ, ପ୍ରକାଶ ଚନ୍ଦ୍ର ପ୍ରଧାନ, ରାଜୁ ବିଷୋୟୀ, ବିଜୟ ସେଠୀ, ସୀମାଞ୍ଚଳ ସାହୁ, ଶିବରାମ ପ୍ରଧାନ, ସଞ୍ଜୟ ବିଷୋୟୀ, ଈଶ୍ୱର ଚନ୍ଦ୍ର ପଣ୍ଡିତ, ସନ୍ଧଚ୍ଛନ ନାୟକ, ମୋହନ ପାତ୍ର, ହୃଷୀକେଶ ସାହୁ, ବଂଶୀଧର ସ୍ୱାଇଁ ପ୍ରମୁଖ ଲୋକନାଟ୍ୟ ନିର୍ଦ୍ଦେଶକମାନେ ସରକାରଙ୍କ ସହାୟତା ବିନା ବଞ୍ଚିବା ଅତ୍ୟନ୍ତ ଦୁଃସହ ହୋଇପଡିବା ଆଶଙ୍କା ନେଇ ସଂଘ ତରଫରୁ ଦୃଢ଼ ଦାବି ଉପସ୍ଥାପନ ସମ୍ପର୍କରେ ମତସାବ୍ୟସ୍ତ କରିଥିଲେ । ସଂଘ ସଭାପତି ଜି.ରାଜେନ୍ଦ୍ର କୁମାର ରେଡ୍ଡି ମୋବାଇଲ ମାଧ୍ୟମରେ ଗୋଷ୍ଠୀ ସଂଯୋଗୀକରଣ ବ୍ୟବସ୍ଥା ସମ୍ପାଦନ କରିଥିବା ବେଳେ ସଂମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ ପରିଶେଷରେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ