ପଶ୍ଚିମବଙ୍ଗକୁ ୧ ହଜାର କୋଟି ସହାୟତା ଘୋଷଣା

କୋଲକାତା : ପଶ୍ଚିମବଙ୍ଗକୁ ୧ ହଜାର କୋଟିର ଆଗୁଆ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଶ୍ଚିମବଙ୍ଗ ପାଇଁ ୧ ହଜାର କୋଟି ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ପଶ୍ଚିମବଙ୍ଗର ବାତ୍ୟା ବିତ୍ପାତ ଅଞ୍ଚଳ ପରିଦର୍ଶନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଛନ୍ତି। ଅଗ୍ରିମ ଆକାରରେ ୧ ହଜାର କୋଟି ଦିଆଯାଉଥିବା କହିଲେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ । ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନକୁମ୍ପା ରାଶି ଦେବାକୁ ଘୋଷଣା କରାଯାଇଛି । ସେହିପରି ବାତ୍ୟାରେ ଆହତ ହୋଇଥିବା ଲୋକଙ୍କୁ ୫୦ହଜାର ଟଙ୍କା ମିଳିବବୋଲି ସୂଚନା ଦେଇଛନ୍ତି ମୋଦି । ବାତ୍ୟାରେ ୮୦ ଜଣଙ୍କର ମୃତ୍ୟୁ ଘଟିଥିବାର କହିଛନ୍ତି ପ୍ରଧାନମନ୍ତ୍ରୀ ।
ବାତ୍ୟା ଆମ୍ଫାନ୍‌ ଜନିତ କ୍ଷୟକ୍ଷତିର ତୁରନ୍ତ ପୁଙ୍ଖାନୁପୁଙ୍ଖ ସର୍ଭେ କରିବାକୁ କେନ୍ଦ୍ରୀୟ ଟିମ୍‌ ଆସିବେ ବୋଲି କହିଛନ୍ତି ମୋଦି । କେନ୍ଦ୍ରୀୟ ଟିମ୍‌ ଆସି ସମସ୍ତ କ୍ଷୟକ୍ଷତିର ଅନୁଧ୍ୟାନ କରିବେ ବୋଲି ସୂଚନା ଦେଇଛନ୍ତି ମୋଦି। ଏ ଦୁର୍ଦ୍ଦିନ ସମୟରେ ପଶ୍ଚିମବଙ୍ଗ ସହ ଆମେ ସମେସ୍ତ ଅଛୁ ବୋଲି କହିଛନ୍ତି ମୋଦି । ଭାରତ ସରକାର କାନ୍ଧରେ କାନ୍ଧ ମିଶାଇ କାମ କରିବେ ବୋଲି କହିଛନ୍ତି ମୋଦି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ