ସଂଗରୋଧ ଗୃହରୁ ନିଜ ଘରକୁ ଫେରିଲେ ପ୍ରବାସୀ ଓଡ଼ିଆ
କୋଦଳା, (ଗୁଲସନ୍ କୁମାର କର) କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶକୁ ଲକ୍ କରାଯାଇଥିବା ବେଳେ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡିଆଙ୍କୁ ସଂଘରୋଧ ଗୃହରେ ରଖା ଯାଇଥିଲା। ତେବେ ୨୧ ଦିନର ସଂଘରୋଧ ଅବଧି ସରିବା ପରେ ନିଜ ଘରକୁ ଫେରିଛନ୍ତି ପ୍ରବାସୀ। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କେ ବରିଡ଼ା ସଂଗରୋଧ ଗୃହରୁ ମୋଟ ୯୭ ଜଣ ଅନ୍ତେବାସୀ ୨୧ ଦିନ ରହିବା ପରେ ଘରକୁ ଫେରିଛନ୍ତି।ଗତ ୨ତାରିଖରେ ବେଗୁନିଆପଡ଼ା ବ୍ଳକକୁ ୨ଟି ବସରେ ଆସିଥିବା ୯୫ଜଣ ପ୍ରବାସୀଙ୍କୁ ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କେ ବରିଡ଼ା ସରକାରୀ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସଂଘରୋଧ ଗୃହରେ ରଖାଯାଇଥିଲା ।୨୧ ଦିନର ଅବଧି ସରିବା ପରେ ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରମାଣପତ୍ର ଦେଇ ନିଜ ଘରକୁ ଛଡାଯାଇଥିଲା ।ଘରେ ସେମାନେ ଆଉ ୭ ଦିନ ଗୃହ ସଙ୍ଗରୋଧରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି । ସମସ୍ତ ପ୍ରବାସୀ ମାନେ ଫେରିବା ବେଳେ ସରପଞ୍ଚ ଚିତ୍ରସେନ ନାୟକଙ୍କୁ ପ୍ରଶଂସା କରିବା ସହ ସବୁ ପ୍ରବାସୀ ମାନେ ସରପଞ୍ଚଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ୨୧ ଦିନ ଧରି ସମସ୍ତଙ୍କ ଖାଇବା ପିଇବା ଠାରୁ ଆରମ୍ଭ କରି ସବୁ ସମୟରେ ପାଖରେ ଉପସ୍ଥିତ ରହି ସହଯୋଗ କରିଆସିଥିବାରୁ ସରପଞ୍ଚଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ ସବୁଦିନ ପାଇଁ ମନେ ରଖିବୁ ବୋଲି ପ୍ରବାସୀ ମାନେ ପ୍ରକାଶ କରିଥିଲେ ।ପ୍ରବାସୀ ମାନଙ୍କ ଏହି ବିଦାୟ କାଳୀନ ସମୟରେ ସରପଞ୍ଚ ଚିତ୍ରସେନ ନାୟକଙ୍କ ସମେତ ସ୍କୁଲ ଇନ୍ ଚାର୍ଜର ସୁଜିତ୍ କୁମାର ବିଷୋୟୀ, ଶିକ୍ଷକ ବସନ୍ତ ସାହୁ, ନୋଡ଼ାଲ ଅଧିକାରୀ ସୁରେଶ ଶବର ପ୍ରମୁଖ ଉପସ୍ଥିତ ଥିଲେ।