ଅଗ୍ନିଶମ କର୍ମଚାରୀଙ୍କର ହେବ କରୋନା ପରୀକ୍ଷା

ଭୁବନେଶ୍ବର : କୋଲକାତା ଯାଇଥିବା ସମସ୍ତ ଅଗ୍ନିଶମ କର୍ମଚାରୀଙ୍କର କରୋନା ପରୀକ୍ଷା ହେବ। ବାତ୍ୟା ପୁନରୁଦ୍ଧାର କାର୍ଯ୍ୟରେ ଯାଇଥିବା କର୍ମଚାରୀଙ୍କ ଟେଷ୍ଟ ହେବ। କାମ ସାରି କୋଲକାତାରୁ ଫେରିଲେ କରୋନା ଟେଷ୍ଟ କରାଯିବ ବୋଲି ଅଗ୍ନିଶମ ବିଭାଗ ଆଇଜି ଅସିତ୍‌ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ବାତ୍ୟା ଆମ୍ପାନ୍‌ ପଶ୍ଚିମବଙ୍ଗରେ ପ୍ରଭୃତ କ୍ଷତି ଘଟାଇଥିବାବେଳେ ବାତ୍ୟା ପୁନରୁଦ୍ଧାର ପାଇଁ ପଶ୍ଚିମବଙ୍ଗକୁ ୩୦ଟି ଟିମ୍‌ରେ ୩୭୫ ଅଗ୍ନିଶମ କର୍ମଚାରୀ ଯାଇଛନ୍ତି। ସମସ୍ତଙ୍କୁ ଦୁଇ ହଳ ପିପିଏଫ୍‌ ଯୋଗାଇ ଦିଆଯାଇଛି ବୋଲି ସୂଚନା ରହିଛି। ସେଠାରୁ ଫେରିବା ପରେ ସମସ୍ତଙ୍କର କରୋନା ଟେଷ୍ଟ ହେବ। ଓଡ଼ିଶା କର୍ମଚାରୀଙ୍କ କାମକୁ ସମସ୍ତେ ପ୍ରଶଂସା କରୁଥିବାର କହିଛନ୍ତି ଆଇଜି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ