ଗ୍ଲେନ୍ମାର୍କ ପକ୍ଷରୁ କରୋନା ମହାମାରୀ ସମୟରେ ୫୦,୦୦୦ ଅଧିକାରୀଙ୍କୁ ଡର୍ମାଟୋଲୋଜି ପାଉଡ଼ର ଯୋଗାଇ ଦିଆଗଲା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ବିଶ୍ୱସ୍ତରରେ ଗବେଷଣା କ୍ଷେତ୍ରରେ ପରିଚିତି ହାସଲ କରିଥିବା ଗ୍ଲେନ୍ ମାର୍କ ଫାର୍ମାସିଟ୍ୟୁକାଲ ଲିଃ.ର ସିଏସ୍ଆର୍ ଆର୍ମ ପକ୍ଷରୁ ଏଜିଓ ରାଇଜ୍ ଇନଫିନିଟି ଫାଉଣ୍ଡେଶନ ସହାୟତାରେ ସାମ୍ପ୍ରତିକ କରୋନା ମହାମାରୀ ସମୟରେ ଭୁବନେଶ୍ୱର ସମେତ ଦେଶର ୧୨ଟି ସହରରେ କାର୍ଯ୍ୟ କରୁଥିବା ୫୦,୦୦୦ରୁ ଅଧିକ ଅଧିକାରୀଙ୍କୁ ଡର୍ମାଟୋଲୋଜି ପାଉଡ଼ର ଯୋଗାଇ ଦିଆଯାଇଛି । ଯାହାକି ଇଚିଂ, ଇରିଟେଶନ ଏବଂ ଫଙ୍ଗାଲ ଇନଫେକଶନ ଭଳି ତ୍ୱଚା ସମସ୍ୟା ପାଇଁ ବେଶ୍ ଉପଯୋଗୀ ହୋଇପାରିବ ।ଏହି ଅବସରରେ ଗ୍ଲେନ୍ମାର୍କ ଫାର୍ମାସିଟ୍ୟୁକାଲର ବରିଷ୍ଠ ଉପ ସଭାପତି ନୀରଜ୍ ଯୋଶୀ କହିଲେ, “ ପୋଲିସ କରୋନା ଲଢ଼େଇର ଆଗଧାଡ଼ିରେ ରହିଛନ୍ତି । ସେମାନେ ଖରାରେ ବର୍ଷାରେ କାମ କରୁଛନ୍ତି । ତେଣୁ ଗରମରେ ଝାଳ ଏବଂ ଆଦ୍ରତା ଯୋଗୁ ସେମାନଙ୍କର ତ୍ୱଚାରେ ସମସ୍ୟା ଦେଖାଯିବାର ଆଶଙ୍କା ରହିଛି । ତେଣୁ ଗ୍ଲେନ୍ମାର୍କ ପକ୍ଷରୁ ସେମାନଙ୍କ ସୁବିଧା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।ଏହି ସିଏସ୍ଆର୍ କାର୍ଯ୍ୟ ପାଇଁ ଗ୍ଲେନ୍ମାର୍କ ପକ୍ଷରୁ ସ୍ଥାନୀୟ ଏନଜିଓ ଏବଂ ରାଇଜ୍ ଫାଉଣ୍ଡେଶନ୍ ସହିତ ମିଳିତ ଭାବେ କାର୍ଯ୍ୟ ଜାରି ରହିଛି ।ଏହି ଅବସରରେ ରାଇଜ୍ ଇନଫିନିଟି ଫାଉଣ୍ଡେଶନ୍ର ମ୍ୟାନେଜିଂ ଟ୍ରଷ୍ଟି ସୁଶ୍ରୀ କାରୋନ ଶୈବା କହିଲେ, ରାଇଜ୍ ଇନଫିନିଟି ଫାଉଣ୍ଡେଶନ୍ ଗ୍ଲେନ୍ମାର୍କ ସହିତ ମିଳିତ ହୋଇ କୋଭିଡ୍-୧୯ ମହାମାରୀ ସମୟରେ ଏହି କାର୍ଯ୍ୟ କରୁଥିବାରୁ ଆମେ ଆନନ୍ଦିତ । ମିଳିତ ଭାବେ କାର୍ଯ୍ୟ କରାଯାଉଥିବାରୁ କମ୍ ସମୟ ମଧ୍ୟରେ ବହୁ ପୋଲିସ ଅଧିକାରୀଙ୍କ ପାଖରେ ଆମେ ପହଚିଂପାରିବୁ ।ଗ୍ଲେନ୍ମାର୍କର କ୍ୟାନଡିଡ୍ ଡଷ୍ଟିଂ ପାଉଡ଼ରରେ ୧ ପ୍ରତିଶତ କ୍ଲୋଟ୍ରିମାଜୋଲ ରହିଛି । ଏହାଦ୍ୱାରା ଫଙ୍ଗାଲ ଇନଫେକଶନ୍ର ଆଶଙ୍କା କମ୍ ହୋଇଥାଏ ।ସୂଚନାଯୋଗ୍ୟ, ଗ୍ଲେନ୍ମାର୍କ ପୃଥିବୀର ୫୦ରୁ ଅଧିକ ଦେଶରେ କାର୍ଯ୍ୟ କରୁଛି । ଏହା ପୃଥିବୀର ଶ୍ରେଷ୍ଠ ୮୦ଟି ଫାର୍ମା କମ୍ପାନୀ ମଧ୍ୟରେ ସ୍ଥାନ ହାସଲ କରିପାରିଛି ।ସେହିପରି ରାଇଜ୍ ଫାଉଣ୍ଡେଶନ୍ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇବା କ୍ଷେତ୍ରରେ ଖ୍ୟାତି ହାସଲ କରିପାରିଛି । ସାମ୍ପ୍ରତିକ କୋଭିଡ୍-୧୯ ମହାମାରୀ ସଙ୍କଟ ସମୟରେ ରାଇଜ୍ ଫାଉଣ୍ଡେଶନ୍ ପ୍ରଭାବିତଙ୍କୁ ସହାୟତାରେ ହାତ ବଢ଼ାଇଛି ।


