ପୁଲିସ-ନକ୍ସଲ ଗୁଳି ବିନିମୟ : ୩ ମୃତ

ଭୁବନେଶ୍ବର : କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ଏବଂ ରାଜ୍ୟ ପୁଲିସର ମିଳିତ କମ୍ବିଂବେଳେ ପିପୁଲ୍ସ ଲିବରେସନ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ(ପିଏଲଏଫଅରଇ)ର ତିନିଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ଝାଡ଼ଖଣ୍ଡର ଚାଇବାସା ଜିଲ୍ଲାରେ ଗୁରୁବାର ସକାଳ ୪ଟା ୩୦ରେଏହି ଘଟଣା ଘଟିଛି। ଯବାନ ଓ ପୁଲିସ କର୍ମଚାରୀମାନେ ଦୁଇଜଣ ନକ୍ସଲଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଦୁଇ ଗିରଫ ନକ୍ସଲଙ୍କ ମଧ୍ୟରୁ ଜଣେ ଗୁରୁତର ରହିଛି। କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ଏବଂ ସ୍ଥାନୀୟ ପୁଲିସ ଘଟଣାସ୍ଥଳରୁ ନକ୍ସଲଙ୍କ ବ୍ୟବହୃତ ଏକେ-୪୭ ସମେତ ଅନେକ ମାରଣା ଅସ୍ତ୍ରଶସ୍ତ୍ର ଆଦି ଜବତ କରିଛନ୍ତି। ସମଗ୍ର ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଆଜି ଅପରେସନ୍‌ ସାକେତ କୁମାର ସିଂହଙ୍କ କହିବାନୁସାରେ, ପିଏଲଏଫଆଇ ସଙ୍ଗଠନର ନକ୍ସଲ ଏକତ୍ରୀତ ହୋଇ ଆକ୍ରମଣ କରିବାକୁ ଯୋଜନା କରୁଥିବା ନେଇ ପୁଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ନକ୍ସଲଙ୍କୁ ନଜରବନ୍ଦୀ କରି ଆତ୍ମସପର୍ମଣ କରିବାକୁ କୁହାଯାଇଥିଲା। କିନ୍ତୁ ସେମାନେ ଗୁଳି ଚଳାଇବା ଆରମ୍ଭ କରି ଦେଇଥିଲେ। ଏହାର ପାଲଟା ଜବାବ ଦେବାକୁ ଯାଇ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ଏବଂ ରାଜ୍ୟ ପୁଲିସ ବି ନକ୍ସଲଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏହି ଗୁଳି ବିନିମୟରେ ତିନି ଜଣ ନକ୍ସଲ ଘଟଣାସ୍ଥଳରେ ନିହତ ହେବା ସହିତ ଏଥିରେ ଜଣେ ନକ୍ସଲ ଗୁରୁତର ଥିବା ଜଣାପଡ଼ିଛି। ଗୁରୁତର ନକ୍ସଲକୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଚିକିତ୍ସା କରୁଥିବା ଡାକ୍ତର ନକ୍ସଲର ଅବସ୍ଥା ଏବେ ସ୍ଥିର ରହିଥିବା କହିଛନ୍ତି। ଗୁରୁତର ନକ୍ସଲ ବ୍ୟତୀତ ସୁରକ୍ଷା ବଳ ଅନ୍ୟ ଜଣେ ନକ୍ସଲକୁ ଗିରଫ ବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ