ଏକ ନମ୍ବର ସ୍ଥାନରେ ପୁଣି ନବୀନ

ନୂଆଦିଲ୍ଲୀ : ଦୀର୍ଘ କୋଡିଏ ବର୍ଷ ଧରି ଓଡ଼ିଶାର ମଙ୍ଗ ଧରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ଲୋକପ୍ରିୟତାରେ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଉଭା ହୋଇଛନ୍ତି । ସି ଭୋଟର୍‌ ଦ୍ବାରା ପ୍ରସ୍ତୁତ ଷ୍ଟେଟ୍ ଅଫ୍ ନେସନ୍: ମେ’ ୨୦୨୦ ନାମରେ କରାଯାଇଥିବା ଏହି ସର୍ଭେରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ନବୀନଙ୍କୁ ୮୨.୯୬ ପ୍ରତିଶତ ପସନ୍ଦ କରନ୍ତି ବୋଲି ସର୍ଭେରୁ ଜଣାପଡିଛି । ନବୀନଙ୍କ ପଛକୁ ଅଛନ୍ତି ଛତିଶଗଡ ଓ କେରଳ ମୁଖ୍ୟମନ୍ତ୍ରୀ । ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଦ୍ବିତୀୟ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ରହିଛନ୍ତି । ଭୂପେଶ ବଘେଲଙ୍କୁ ୮୧.୦୬ ପ୍ରତିଶତ ଲୋକ ପସନ୍ଦ କରନ୍ତି ବୋଲି ସର୍ଭେର ଜଣାପଡିଛି । କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ ତୃତୀୟ ସ୍ଥାନରେ ରହିଥିବାବେଳେ ତାଙ୍କୁ ୮୦.୨୮ ପ୍ରତିଶତ ଲୋକ ପସନ୍ଦ କରନ୍ତି ବୋଲି ସୂଚନା ରହିଛି । ସେହିପରି ସବୁଠାରୁ କମ୍‌ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ହରିୟାଣାର ମନୋହର ଲାଲ୍‌ ଖଟ୍ଟର, ଉତ୍ତରାଖଣ୍ଡର ଟିଏସ୍‌ ରାଓ୍ବତ ଓ ପଞ୍ଜାବର ଅମରିନ୍ଦର ସିଂହ, ପଶ୍ଚିମବଙ୍ଗର ମମତା ବାନାର୍ଜୀ ରହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ୬୫.୬୯ ପ୍ରତିଶତ ଜନସମର୍ଥନ ମିଳିଛି । ଓଡ଼ିଶା ମୋଦିଙ୍କୁ ୯୫ ପ୍ରତିଶତ ରେଟିଂ ଦେଇଥିବା ବେଳେ ହିମାଚଳ ପ୍ରଦେଶ ୯୩.୯୫ ଓ ଛତିଶଗଡର ୯୨.୭୩ ପ୍ରତିଶତ ମୋଦିଙ୍କୁ ସମର୍ଥନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ