କର୍ଣ୍ଣାଟକ ରେ ରାଜନୈତିକ ସଙ୍କଟ ଜାରି
ଦିନ ଯେତେ ଗଡୁଛି କର୍ଣ୍ଣାଟକ ରେ ରାଜନୀତି ରେ ନୂଆନୂଆ ସମୀକରଣ ଦେଖିବାକୁ ମିଳୁଛି । କର୍ଣ୍ଣାଟକ ସରକାର ରୁ କଂଗ୍ରେସ ଜେଡିଏସ ବିଧାୟକ ଇସ୍ତଫା ଦେଲାପରେ କର୍ଣ୍ଣଟକ ରାଜନୀତି ଦେଖାଦେଇଛି ଟ୍ୟୁଷ୍ଟି । ଆଜି କର୍ଣ୍ଣାଟକ ର ପୂର୍ବର୍ତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଆଜି ବିଧାନସଭା ବାହାରେ ଦଳୀୟ ବିଧାୟକ ଙ୍କ ସହ ଧାରଣା ରେ ବସିଛନ୍ତି । ଅନ୍ୟପଟେ ରାଜ୍ୟ ରେ ଦେଖାଯାଇଥିବା ରାଜନୈତିକ ସଙ୍କଟ ପାଇଁ କଂଗ୍ରେସ ଓ ଜେଡିଏସ ବିଜେପି କୁ ଦାୟୀ କରୁଥିବା ବେଳେ ବିଜେପି ମଧ୍ୟ ରାଜ୍ୟରେ ଚାଲୁଥିବା ମେଣ୍ଟ ସରକାର କୁ ଦାୟୀ କରିଛି ।


