ନକଲି ସାମ୍ବାଦିକ ଙ୍କୁ ଗିରଫ କଲା ଗୋସାଇଁ ନୂଆଁ ଗାଁ ପୋଲିସ
ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) ପୋଲିସ କୁ ଦୁର୍ବ୍ୟବହାର କରିବା ମହଙ୍ଗାଲ ପଡିଲା ଗିରଫ ହେଲେ ନକଲି ସାମ୍ବାଦକ । ସୂଚନାଥାଉ ଆସନ୍ତା କାଲି ସନ୍ଧ୍ୟା ବେଳେ ପୋଲିସ ପକ୍ଷରୁ ମୋଟରଯାନ ଯାଞ୍ଚ ଚାଲିଥିଲା । ଏହି ଯାଞ୍ଚ ରେ ଧରାପଡିବା ପରେ ପ୍ରସାଦ କୁମାର ସାହୁ ନାମକ ଜଣେ ଯୁବକ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇଥିଲେ । କିନ୍ତୁ ପୋଲିସ ଯୁବକ ର ପରିଚୟ ପତ୍ର ମାଗିଲା ପରେ ପୋଲିସ କର୍ମଚାରୀ ଙ୍କୁ ଦୁର୍ବ୍ୟବହାର କରିଥିଲା । ଏହା ପରେ ଯୁବକ ଙ୍କୁ ଅଟକ ରଖାଯାଇ ପଚାର ଉଚରା କରାଯାଇଥିଲା ତା ପରେ ଜଣା ପଡିଥିଲା ଯୁବକ ଜଣ ଙ୍କ ନିଜକୁ ସାମ୍ବାଦିକ କହି ବୁଲୁଥିଲା ଏହି କଥା ସ୍ପଷ୍ଟ ହେଲା ପରେ ପୋଲିସ କୁ ଖରାପ ବ୍ୟବହାର କରିଥିବା ନେଇ ଯୁବକଙ୍କୁ ଗିରଫ କରାଯାଇ କୋର୍ଟଚାଲଣ କରାଯାଇଛି ।


