ପାଣିରେ ବୁଡି ଯୁବକର ମୃତ୍ୟୁ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା) ଭଞ୍ଜନଗର ଥାନା ଅନ୍ତର୍ଗତ ଲାଲସିଂ ପଲ୍ଲି ଗ୍ରାମର ମନୁ ନାଇକ (୨୭) କେନାଲ ପାଣିରେ ବୁଡି ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ ମନୁ ଗତକାଲି ସନ୍ଧ୍ୟାରେ କଲେଜ ପଛ ପଟେ ଥିବା ଏକ କେନାଲ କୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ। ଘର ଲୋକେ ଖୋଜା ଖୋଜି କରିବା ପରେ ଆଜି ସକାଳ ସମୟରେ କିଛି ଲୋକ ମୃତ ଦେହ ପାଣିରେ ବୁଡି ରହିଥିବା ଦେଖିଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିବା ବେଳେ ପୋଲିସ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ମେଡ଼ିକାଲ କୁ ପଠାଇଛି ଓ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣରୁ ମନୁ ର ମୃତ୍ୟୁ ଘଟିଛି ତାହା ଅସ୍ପଷ୍ଟ ରହିଛି।