ଖୋଲିବ ଆଉ ୧୦ ବିଜ୍ଞାନ ଗବେଷଣା କେନ୍ଦ୍ର
ଭୁବନେଶ୍ବର : ରାଜ୍ୟରେ ଆଉ ୧୦ଟି ବିଜ୍ଞାନ ଗବେଷଣା କେନ୍ଦ୍ର ଖୋଲିବ । ପୂର୍ବରୁ ୧୦ଟି ବିଜ୍ଞାନ ଗବେଷଣା କେନ୍ଦ୍ର ପାଇଁ ମଞ୍ଜୁରୀ ମିଳିଥିବାବେଳେ ଏବେ ଆଉ ୧୦ଟି ପାଇଁ ନିଷ୍ପତ୍ତି ହୋଇଛି ବୋଲି ରାଜ୍ୟ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି । ପ୍ରତି କେନ୍ଦ୍ର ପାଇଁ ୭ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ୫ ଏକର ଜାଗାରେ ଏହା ପ୍ରତିଷ୍ଠା କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।


