ଆମ ସ୍ୱାସ୍ଥ୍ୟ, ଆମ ଦାୟିତ୍ୱ ପ୍ରଶିକ୍ଷଣ କର୍ମଶାଳା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ମିଶନ ଶକ୍ତି ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ, ଗଞ୍ଜାମ ପକ୍ଷରୁ କୋଭିଡ-୧୯ ସ୍ୱୟଂସିଦ୍ଧାଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଏହି ପରିପ୍ରେକ୍ଷୀରେ ଗୁରୁବାର ହିଞ୍ଜିଳି ବ୍ଳକ ଖରିଡା ପଞ୍ଚାୟତରେ ନୋଡ଼ାଲ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଆମ ସ୍ୱାସ୍ଥ୍ୟ-ଆମ ଦାୟିତ୍ବ ସମ୍ପର୍କିତ ଏକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ସରପଞ୍ଚ ରଘୁନାଥ ବେହେରା ଉକ୍ତ କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ।ଶିକ୍ଷକ ପିତାମ୍ବର ମହାରଣା, ବଂଶୀଧର ବେହେରା, ସୁପର ଭାଇଜର ସାରଦା ଶତପଥୀ ଓ ମୁକ୍ତା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ।ସମ୍ପ୍ରତି ଜିଲ୍ଲାରେ କରୋନାର ସଂକ୍ରମଣ ସ୍ଥିତି କ୍ରମଶଃ ବୃଦ୍ଧି ପାଇ ଜଟିଳତା ଆଡକୁ ଗତି କରୁଛି।ଏହାକୁ ପ୍ରତିହତ କରିବା ନିମନ୍ତେ ପଞ୍ଚାୟତ ସ୍ତରରେ କୋଭିଡ -୧୯ ସ୍ୱୟଂସିଦ୍ଧାଙ୍କୁ ପ୍ରଶିକ୍ଷଣ ଦେଇ କରୋନା ସଚେତନ ଉପରେ ଗୁରୁ ଦାୟିତ୍ବ ପ୍ରଦାନ କରାଯାଇଛି।ଏହି ଅବସରରେ ଜିଲ୍ଲାରେ କରୋନା ସ୍ଥିତି, ସଂକ୍ରମଣର ମାଧ୍ୟମ,୧୨ଟି ସାଧାରଣ ଲକ୍ଷଣ, ୪ ସାଙ୍ଘାତିକ ଲକ୍ଷଣ, ଅଧିକ ପ୍ରଭାବିତ ବ୍ୟକ୍ତି ଏବଂ ଏହାର ନିରାକରଣ ସଂକ୍ରାନ୍ତରେ ସ୍ୱୟଂସିଦ୍ଧା ମାନଙ୍କୁ ପ୍ରଶିକ୍ଷଣ ଦିଆ ଯାଇଥିଲା।ମୁଖ୍ୟତଃ ଗୃହ ସଙ୍ଗରୋଧରେ ଥିବା ପ୍ରବାସୀଙ୍କ ସମେତ ଗ୍ରାମବାସୀ ଘରୁ ବାହାରିଲା ବେଳେ ମାସ୍କ ବ୍ୟବହାର କରିବା,ନିୟମିତ ବ୍ୟବଧାନରେ ହାତକୁ ସାବୁନରେ ବାରମ୍ବାର ଧୋଇବା ଏବଂ ଜନ ସମାଗମ ହେଉଥିବା ସାମାଜିକ କାର୍ଯ୍ୟକ୍ରମରୁ ଦୁରେଇ ରହିବା ସହ ନିଜକୁ ପରିଷ୍କାର ଓ ପରିଚ୍ଛନ୍ନତା ମଧ୍ୟରେ ରହିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଅନ୍ୟ କରୋନା ଯୋଦ୍ଧାଙ୍କ ପରି ସ୍ୱୟଂ ସିଦ୍ଧା ମାନେ ଗ୍ରାମରେ କରୋନା ସଚେତନକୁ ବ୍ୟାପକ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କଲେହିଁ ନିଶ୍ଚିତ ଜିତିପାରିବା ବୋଲି ପ୍ରଶିକ୍ଷକ ମାନେ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସହାୟିକା ଏବଂ ସ୍ଵୟଂ ସହାୟିକା ଗୋଷ୍ଠୀର ମା ମାନେ କର୍ମଶାଳା ରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ