ଟ୍ରେନ ପଛରେ ଦୌଡ଼ିଲେ, ଶିଶୁକୁ କ୍ଷୀର ଦେଲେ
ଭୋପାଳ: ଆରପିଏଫର ଜଣେ କନଷ୍ଟେବଳଙ୍କ ମାନବିକତା ଯୋଗୁଁ ତାଙ୍କୁ ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କ ସମେତ ବିଭିନ୍ନ ମହଲରୁ ପ୍ରଶଂସା ମିଳୁଛି । ଭୋପାଳ ରେଳ ଷ୍ଟେସନରେ ୪ ମାସର ଏକ ଭୋକିଲା ଶିଶୁ ପାଇଁ ଚଳନ୍ତା ଟ୍ରେନରେ କ୍ଷୀର ପହଞ୍ଚାଇବା କନଷ୍ଟେବଳ ଇନ୍ଦର ସିଂହ ଯାଦବଙ୍କୁ ସମ୍ମାନିତ କରାଯିବ ବୋଲି ରେଳମନ୍ତ୍ରୀ ପୀୟୁଷ ଗୋୟଲ ଟ୍ୱିଟ୍ କରି କହିନ୍ତି । ଯାଦବଙ୍କ ମାନବିକତାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଗୋୟଲ । ତେବେ ତାଙ୍କର ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ତାଙ୍କ ନଗଦ ପୁରସ୍କାର ଦିଆଯିବ ବୋଲି ଗୋୟଲ ଟୁଇଟରେ କହିଛନ୍ତି । ୪ ମାସର ଏକ ଶିଶୁ ନିକଟରେ ପହଞ୍ଚିବା ପାଇଁ ସେ ଚଳନ୍ତା ଟ୍ରେନ ପଛରେ ଦୌଡ଼ିଥିଲେ ଏବଂ ଶେଷରେ ଶିଶୁର ମା’ନିକଟରେ କ୍ଷୀର ପହଞ୍ଚାଇଥିଲେ । ଏଥିପାଇଁ ତାଙ୍କୁ ପୁରସ୍କୃତ କରାଯିବ ବୋଲି ଗୋୟଲ କହିଛନ୍ତି । ଯାଦବ ଟ୍ରେନ ପଛରେ କ୍ଷୀର ପ୍ୟାକେଟ ଧରି ଦୌଡ଼ିବାର ଭିଡ଼ିଓ ଏବେ ଜୋରଦାର ଭାଇରାଲ ହୋଇଛି ।