ଅପରାଧିଙ୍କ ନିଦ ହଜିଯିବ , କ୍ୟାମେରା ସ୍କାନରରେ ରହିବ ନବରଙ୍ଗପୁର
କ୍ୟାମେରା ସବୁ ଦେଖୁଛି । ଏହା କୈାଣସି ସିନେମା ଡାଇଲଗ୍ କିମ୍ଭା ଅଭିନୟ ନୁହେଁ । ଅପରାଧି ଓ ସଡକ ଓ ଅସାମାଜିକ ବ୍ୟକ୍ତିଙ୍କୁ ସାବାଡ୍ କରିବା ନିମନ୍ତେ ଓ ଦୁର୍ଘଟଣା ରୋକିବା ନିମନ୍ତେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନ ତଥା ବସଷ୍ଟାଣ୍ଡ ,ଟ୍ରାଫିକ ,ପରିବା ମାର୍କେଟ ,ଆଦି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି କ୍ୟାମେରା ଲଗା୍ଯିବା ସହ ଅପରାଧିଙ୍କ ଗତିବିଧି ଉପରେ ନଜର ରଖିବ ସିସିଟିଭି କ୍ୟାମେରା । ଏହି ପଦକ୍ଷେପ ଗ୍ରହଣ କରିଛି ନବରଙ୍ଗପୁର ଜିଲ୍ଲା ପୋଲିସ । ପୋଲିସ ପ୍ରଶାସନର ଏଭଳି ପଦକ୍ଷେପକୁ ଲୋକ ମାନେ ପ୍ରଂଶସା କରିଛନ୍ତି । ନବରଙ୍ଗପୁର ଜିଲ୍ଲାରେ ଅପରାଧ , ଦିନ ଦ୍ୱିପହରରେ ଡବଲ ମର୍ଡର ,ଡକାୟତି , ଓ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବାରୁ ପୋଲିସ ପ୍ରଶାସନ ଏଭଳି ନିଷ୍ପତ୍ତି ଗ୍ରହଣ କରିଛି । ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ଅପରାଧି ମାନଙ୍କୁ ସାବାଡ କରିବା ନିମନ୍ତେ ପୋଲିସ ଏଭଳି ନିଷ୍ପତ୍ତି ଗ୍ରହଣ କରିଛି ।ଏହି ପରି ସମ୍ବେଦନ ଶୀଳ ସ୍ଥାନରେ ସିସିଟିଭି କ୍ୟାମେରା ଖଞ୍ଜାଯିବା ସହ ପ୍ରତି ସାହି ଓ ଗଳିରେ ସିସିଟିଭି କ୍ୟାମେରା ଲଗାଯିବାର କାର୍ଯ୍ୟକ୍ରମ ରହିଛି । ସିସିଟିଭି ସ୍କାନରରେ ଜିଲ୍ଲା ରହିବା ପରେ ଅପରାଧିଙ୍କ ନିଦ ହଜିଯିବ ବୋଲି ପୋଲିସ ଆଶା ପ୍ରକଟ କରିଛି ।