ବିମାନବନ୍ଦରରୁ ଗୋଲ୍ଡ ଜବତ
ଭୂବନେଶ୍ୱର ,(ଯୁଗାବ୍ଦ ନ୍ୟୁଜ୍) : ଆନ୍ତର୍ଜାତୀୟ ବିମାନରୁ ପୁଣୀ ଥରେ ଗୁରୁବାର କଷ୍ଟମ ବିଭାଗ ୨ ଜଣ ଯୁବକଙ୍କ ଠାରୁ ୬୧୧ ଗ୍ରାମର ସୁନା ଜବତ କରିଛି । ଜବତ ହୋଇଥିବା ସୁନାର ମୁଲ୍ୟ ୨୨ ଲକ୍ଷ ଟଙ୍କା ହେବ ବୋଲି ବିମାନବନ୍ଦର ଅଧିକାରୀ ସୂଚନା ଦେଇଛନ୍ତି । ଯୁବକ ଦୁଇ ଜଣ ଚେନ୍ନାଇର ବୋଲି ଜଣାପଡିଛି । ଯୁବକ ଦୁଇ ଜଣ କେଉଁଠି କି ସୁନା ନେଉଥିଲେ ତାହାର ତଦନ୍ତ ଚାଲିଛି । ଏହା ପୂର୍ବରୁ କଷ୍ଟମ ବିଭାଗ ୨ ମାସ ମଧ୍ୟରେ ବିମାନ ବନ୍ଦର ରୁ ଲକ୍ଷ ଲକ୍ଷ ଟଙ୍କାର ସୁନା ଜବତ କରାଯାଇଛି ।


